ସୁପ୍ରିମକୋର୍ଟରୁ ରାଜପାଲ ଯାଦବଙ୍କୁ ଆଉ ୨ ସପ୍ତାହ ସମୟ

10

ନୂଆଦିଲ୍ଲୀ: ମୂରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ଜଡ଼ିତ ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟ ରାଜପାଲଙ୍କୁ ଆଉ ଦୁଇ ସପ୍ତାହ ସମୟ ଦେଇଛନ୍ତି । ଏହା ତାଙ୍କର ଅନ୍ତିମ ସୁଯୋଗ ବୋଲି କୋର୍ଟ ସ୍ପଷ୍ଟ କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ୨ କୋଟି ଟଙ୍କା ଡିମାଣ୍ଟ ଡ୍ରାଫ୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ରାଜପାଲଙ୍କୁ ତାଙ୍କର ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସାତଟି ଚେକ୍ ବାଉନ୍ସ ମାମଲାରେ ପ୍ରତି ଚେକ୍ ପାଇଁ ୩ ମାସ ଲେଖାଏଁ କାରବାସ ଶୁଣାଇଥିଲେ । ରାଜପାଲ ଏବଂ ତାଙ୍କ ପତ୍ନୀ ରାଧା ଯାଦବ ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୂଚନା ଥାଉ ଯେ, ଏହି ମାମଲା ୨୦୧୦ ମସିହାରୁ ଚାଲି ଆସିଛି । ରାଜପାଲ ଯାଦବ ତାଙ୍କର ପ୍ରଥମ ଫିଲ୍ମ “ଆତା ପତା ଲାପତା” ନିର୍ମାଣ ପାଇଁ ମୂରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀଠାରୁ ୫ କୋଟି ଟଙ୍କା ଋଣ ଆଣିଥିଲେ । ମାତ୍ର ଫିଲ୍ମଟି ପରଦାକୁ ଆସିବା ପରେ ବହୁତ କ୍ଷତି ସହି ଥିଲା । ଯଦ୍ୱରା ରାଜପାଲ ଋଣ ଟଙ୍କା ସମୟ ଅନୁସାରେ ପରିଶୋଧ କରିପାରିନଥିଲେ । ଯାହାକି ବଢ଼ି ବଢ଼ି ୯ କୋଟିରେ ପହଁଚିଥିଲା । ଏଥିପାଇଁ କମ୍ପାନୀ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ।

Comments are closed, but trackbacks and pingbacks are open.