ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ ପରେ ବିବାଦୀୟ ପୋଷ୍ଟ ହଟାଇବେ ସୌରଭ ଦାସ

18

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ ପରେ ‘କ୍ରୋଚ୍ ଜନତା ପାର୍ଟି’ ର ନେତା ସୌରଭ ଦାସ ବିଜେପି ନେତା ଗୌରବ ଭାଟିଆଙ୍କ ସମ୍ପର୍କରେ କରାଯାଇଥିବା ସମସ୍ତ ବିବାଦୀୟ ପୋଷ୍ଟ ସୋସିଆଲ ମିଡିଆରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ଗୌରବ ଭାଟିଆଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ସଂପୃକ୍ତ ନେତାମାନଙ୍କୁ କିଛି ପରାମର୍ଶ ଦେଇଥିଲେ। କୋର୍ଟଙ୍କ ଏହି ପରାମର୍ଶକୁ ସମ୍ମାନ ଜଣାଇ ସୌରଭ ଦାସ ଏବଂ ଆଶୁତୋଷ ରଙ୍କା ସେମାନଙ୍କର ବିବାଦୀୟ ପୋଷ୍ଟଗୁଡ଼ିକୁ ହଟାଇବାକୁ ରାଜି ହୋଇଛନ୍ତି। ସୌରଭ ଦାସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କୋର୍ଟଙ୍କ ମୂଲ୍ୟବାନ ସମୟ ଏବଂ ସମ୍ବଳ ବଞ୍ଚାଇବା ପାଇଁ ସେମାନେ ସ୍ୱେଚ୍ଛାକୃତ ଭାବେ ଏହି ପୋଷ୍ଟଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed, but trackbacks and pingbacks are open.