ନାବାଳିକା ଗଣ ବଳାତ୍କାର ମାମଲା: ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ସମେତ ଏବଂ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡ

20

ଚିତ୍ରକୁଟ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ସମେତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ଗାୟତ୍ରୀ ପ୍ରଜାପତିଙ୍କୁ ଗୁରୁବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏମପି-ଏମଏଲଏ କୋର୍ଟର ସ୍ୱତନ୍ତ୍ର ଜଜ୍ ପବନ କୁମାର ତାଙ୍କ ରାୟରେ ଗାୟତ୍ରୀ ପ୍ରଜାପତିଙ୍କ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।
ସୂଚନାନୁସାରେ, ଗାୟତ୍ରୀ ପ୍ରସାଦ ପ୍ରଜାପତି, ଅଶୋକ ତିୱାରୀ ଏବଂ ଆଶିଷ ଶୁକ୍ଲାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗଣଦୁଷ୍କର୍ମ ମାମଲା ଏବଂ POCSO ଅଧିନିୟମ ଅନୁଯାୟୀ ଏହି ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାରେ ବିକାଶ ଭର୍ମା, ଅମରେନ୍ଦ୍ର ସିଂ ଛଦ୍ମନାମ ପିଣ୍ଟୁ, ଚାନ୍ଦପାଲ, ରୂପେଶ୍ୱର ଛଦ୍ମନାମ ରୁପେଶ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ସମ୍ପୂର୍ଣ୍ଣ ସୂଚନା ମୁତାବକ ୨୦୧୩ ମସିହାରେ ସମାଜବାଦୀ ସରକାରରେ ଗାୟତ୍ରୀ ପ୍ରସାଦ ପ୍ରଜାପତି ଖଣି ମନ୍ତ୍ରୀ ରହିଥିବା ସମୟରେ ଚିତ୍ରକୂଟ ର ଜଣେ ମହିଳା ମନ୍ତ୍ରୀ ଙ୍କ ସମେତ ଅନ୍ୟ ୬ ଜଣ ଙ୍କ ଉପରରେ ତାଙ୍କ ନାବାଳିକା ଝିଅ କୁ ଗଣଦୁଷ୍କର୍ମ କରିଥିବାର ଆରୋପ ଲଗାଇଥିଲେ I ମହିଳାଙ୍କ କହିବା ଅନୁସାରେ ସେ କୌଣସି ଏକ କାମରେ ମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ I ସେହି ସମୟରେ ମହିଳାଙ୍କୁ ପାନୀୟରେ ନିଶା ଦେଇ ତାଙ୍କ ନାବାଳିକା ଝିଅ ସହିତ ମନ୍ତ୍ରୀଙ୍କ ସମେତ ତାଙ୍କର ଅନ୍ୟ ୬ ସହଯୋଗୀ ଗଣ ଦୁଷ୍କର୍ମ କରିଥିଲେ I ଏହାପରେ ୨୦୧୬ ପର୍ଯ୍ୟନ୍ତ ଗାୟତ୍ରୀ ଓ ତାଙ୍କ ସହଯୋଗୀମାନେ ବାରମ୍ବାର ପୀଡିତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ୨୦୧୭ ମସିହାରେ ପୀଡିତା ୟୁପି ଡିଜିପିଙ୍କ ଠାରେ ଅଭିଯୋଗ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଅଭିଯୋଗ ପରେ ମନ୍ତ୍ରୀଙ୍କ ତରଫରୁ ତାଙ୍କ ପରିବାର କୁ ଧମକ ମିଳୁଥିବା କଥା ମହିଳା ଅଭିଯୋଗ କରିଥିଲେ I
ଏହାପରେ ମାମଲା ସୁପ୍ରିମ କୋର୍ଟକୁ ଯାଇଥିଲା । ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା ପରେ ଗୌତମପଲ୍ଲୀ ଥାନାରେ ଗାୟତ୍ରୀ ପ୍ରଜାପତିଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା। ତା’ପରେ ଗାୟତ୍ରୀ ପ୍ରଜାପତି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା।

Leave A Reply

Your email address will not be published.