ପାକିସ୍ତାନ ପରାଜୟ ପରେ : ଇମ୍ରାନ ଖାନ ଙ୍କ ଟ୍ୱିଟ ପରେ ପୂର୍ବତନ ପତ୍ନୀ ଙ୍କ ରିଟ୍ୱିଟ

21

T-20 ବିଶ୍ୱକପ ଫାଇନାଲରେ ପହଂଚିବା ପାଇଁ ପାକିସ୍ତାନ କାମୟାବ ହୋଇପାରି ନାହିଁ । ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି । ସେମିଫାଇନାଲ ପରାଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିବୃତ୍ତି ମଧ୍ୟ ଆସିଛି । ଇମ୍ରାନ ଖାନ କହିଛନ୍ତି ଯେ ସେ ଜାଣନ୍ତି ଏହି ସମୟରେ ବାବର ଆଜାମ ଏବଂ ତାଙ୍କ ଦଳ କିପରି ଅନୁଭବ କରୁଛନ୍ତି କିନ୍ତୁ ସେମାନେ ନିଜ ଖେଳ ପାଇଁ ଗର୍ବିତ ହେବା ଉଚିତ ।

ପାକିସ୍ତାନର ପରାଜୟ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ୱିଟ୍ କରି କହିଛନ୍ତି, ‘ବାବର ଆଜାମ ଏବଂ ତାଙ୍କ ଦଳ ପାଇଁ ମୁଁ ଜାଣେ ତୁମେ ସମସ୍ତେ ବର୍ତ୍ତମାନ କିପରି ଅନୁଭବ କରୁଛ କାରଣ ମୁଁ ମଧ୍ୟ କ୍ରିକେଟ୍ ପଡ଼ିଆରେ ଏପରି ନିରାଶାର ସମ୍ମୁଖୀନ ହୋଇଛି । କିନ୍ତୁ ତୁମେ କେଉଁ ପ୍ରକାର କ୍ରିକେଟ୍ ଖେଳିଛ ଏବଂ ତୁମର ବିଜୟରେ ଯେଉଁଭଳି ବିନମ୍ରତା ଦେଖାଇଛ ସେଥିପାଇଁ ପାଇଁ ଗର୍ବିତ ହେବା ଉଚିତ୍ । ଅଭିନନ୍ଦନ ଟିମ୍ ଅଷ୍ଟ୍ରେଲିଆ ।

ପାକିସ୍ତାନ ସେମିଫାଇନାଲ ହାରିବାର ତୁରନ୍ତ ବାଡ଼ ଇମ୍ରାନ ଖାନ ଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନ୍ ଲେଖିଛନ୍ତି ଯେ ଖାନ୍ ସାହେବ ଆପଣଙ୍କୁ ଫାଇନାଲ ଦେଖିବା ପାଇଁ ଜିଦ୍ ନକରିବାର ଥିଲା । ରେହମ୍ ଖାନ୍ ହେଉଛନ୍ତି ଜଣେ ବ୍ରିଟିଶ-ପାକିସ୍ତାନୀ ସାମ୍ବାଦିକ ।ସେ ପୂର୍ବରୁ ଇମ୍ରାନ ଖାନଙ୍କୁ ବିବାହ କରିଥିଲେ । ୨୦୧୪ ରୁ ୨୦୧୫ ମଧ୍ୟରେ ଇମ୍ରାନ ଖାନ ଏବଂ ରେହମ ଖାନ ସ୍ୱାମୀ ଏବଂ ସ୍ତ୍ରୀ ଥିଲେ । ଉଭୟ ବିବାହର କିଛି ସମୟ ପରେ ଛାଡପତ୍ର ଘୋଷଣା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଟି -୨୦ ବିଶ୍ୱକପରେ ପାକିସ୍ତାନ ଦଳ ବହୁତ ଭଲ ଖେଳିଥିଲା । ପାକିସ୍ତାନ ଲଗାତାର ୬ଟି ମ୍ୟାଚ୍ ଜିତି ସେମିଫାଇନାଲରେ ହାରିଯାଇଥିଲା । ଅଷ୍ଟ୍ରେଲିଆକୁ ପାକିସ୍ତାନ ୧୭୭ ରନ୍‌ର ଟାର୍ଗେଟ ଦେଇଥିଲା, ଯାହା ଅଷ୍ଟ୍ରେଲିଆ ଗୋଟିଏ ଓଭରରେ ହାସଲ କରିଥିଲା ।
ପାକିସ୍ତାନ ର ସେମିଫାଇନାଲ ଖେଳିବା ପୂର୍ବରୁ ଇମ୍ରାନ ଖାନ କହିଥିଲେ କି ଯଦି ପାକିସ୍ତାନ ସେମିଫାଇନାଲ ଜିତିଯାଏ ତେବେ ସେ ଫାଇନାଲ ମ୍ୟାଚ ଖେଳ ଦେଖିବାକୁ UAE ଯିବେ କିନ୍ତୁ ଏମିତି କିଛି ହଲା ନାହିଁ I

Leave A Reply

Your email address will not be published.