ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

19

ଭୁବନେଶ୍ବର: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ପବିତ୍ର ଚିତାଲାଗି ନୀତି। ଶ୍ରାବଣ କୃଷ୍ଣ ଅମାବାସ୍ୟା ବା ଚିତାଲାଗି ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ମଥାରେ ସ୍ୱର୍ଣ୍ଣ ଚିତା ଲାଗି କରାଯାଏ। ହୀରା, ନୀଳା, ମାଣିକ ଓ ବୈଡୂର୍ଯ୍ୟ ଆଦି ରତ୍ନଖଚିତ ଏହି ଆକର୍ଷଣୀୟ ସ୍ୱର୍ଣ୍ଣ ଚିତାକୁ ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଧାରଣ କରାଇଥାନ୍ତି। ଚିତାଲାଗି ନୀତି ପାଇଁ ସ୍ୱତନ୍ତ୍ର ସେବାପୂଜା ହେବାକୁ ଥିବାରୁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ, ଦୀର୍ଘ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed, but trackbacks and pingbacks are open.