ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା: ୧୫ ଦିନ ସମୟ ମାଗିଲେ ରାଜ୍ୟ ସରକାର

13

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ପହଞ୍ଚିଛି ରାଜ୍ୟ ଡିଜିପି ଚୟନ ପ୍ରକ୍ରିୟା ମାମଲା। ବରିଷ୍ଠତା ତାଲିକାରୁ ଜଣଙ୍କୁ ବାଦ୍ ଦେବା ଏବଂ ଅନ୍ୟ ଜଣଙ୍କୁ ଯୋଡ଼ିବା ନେଇ ପ୍ରସଙ୍ଗଟି ସରକାରୀ ସ୍ତରରେ ଭିନ୍ନ ମୋଡ଼ ନେଇଛି। ଆସନ୍ତାକାଲି ନୂଆଦିଲ୍ଲୀରେ ୟୁପିଏସ୍‌ସି ଚୟନ କମିଟିର ବୈଠକ ପାଇଁ ଯୋଜନା ହେଉଥିବା ବେଳେ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତୀୟ ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ହେବ। ଗତ ସୋମବାର ୧୯୯୪ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱାଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେବା ପରେ ରାଜ୍ୟ ପୋଲିସ ମୁଖିଆ ଚୟନ ପାଇଁ ବାଟ ଫିଟିଥିଲା। ପୂର୍ବରୁ ବରିଷ୍ଠତା ଆଧାରରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଏବଂ ଆରତୀ କୋଚେଙ୍କ ନାମ ଆଗରେ ରହିଥିଲା। ତେବେ ସୁଶାନ୍ତ ନାଥଙ୍କ ନାମକୁ ବାଦ୍ ଦେଇ ସରକାର ସଞ୍ଜୀବ ପଣ୍ଡାଙ୍କ ନାମ ଆଗକୁ ଆଣିଥିଲେ। ଶ୍ରୀ ପଣ୍ଡା ସରକାରଙ୍କ ପ୍ରଥମ ପସନ୍ଦ ହୋଇଥିବାରୁ ତାଙ୍କ ନାମ ଚର୍ଚ୍ଚାରେ ଆଗରେ ରହିଛି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାଟିକୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ଲଢ଼ୁଛନ୍ତି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ବି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଓଡ଼ିଶା ସରକାର ଡିଜିପି ଚୟନ ପାଇଁ ଏକ ନୂଆ ପ୍ୟାନେଲ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କୁ ଡିଜି ପଦ ପାଇଁ ମନୋନୀତ କରିବାକୁ ଉଦ୍ୟମ ଚାଲିଛି ବୋଲି ଶ୍ରୀ ଚିଦାମ୍ବରମ ଅଭିଯୋଗରେ ଦର୍ଶାଇଛନ୍ତି।

Comments are closed, but trackbacks and pingbacks are open.