ମହାନଦୀରେ ବନ୍ୟା ଆଶଙ୍କା ନାହିଁ: ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

65

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ନଦୀ ମହାନଦୀ ସମେତ ଅନ୍ୟ କୌଣସି ନଦୀରେ ବର୍ତ୍ତମାନ ବନ୍ୟା ଆଶଙ୍କା ନଥିବା ସ୍ପଷ୍ଟ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ନଦୀ ଓ ଜଳଭଣ୍ଡାରଗୁଡ଼ିକର ସ୍ଥିତି ସମୀକ୍ଷା ପରେ ସେ କହିଛନ୍ତି ଯେ, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ବିଭାଗ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ତାଙ୍କ କହିବା ଅନୁଯାୟୀ, ଜୁନ୍‌ ମାସରେ ସ୍ୱାଭାବିକ ତୁଳନାରେ ୪୭ ପ୍ରତିଶତ କମ୍ ବର୍ଷା ହୋଇଥିବାରୁ ଜଳଭଣ୍ଡାରଗୁଡ଼ିକରେ ପାଣି ସଂରକ୍ଷିତ ରଖାଯାଇଥିଲା। ଏଲ୍‌-ନିନୋ ପ୍ରଭାବ ଯୋଗୁଁ ଜୁଲାଇରେ ମଧ୍ୟ କମ୍ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ବାସ୍ତବରେ ଜୁଲାଇରେ ସ୍ୱାଭାବିକ ତୁଳନାରେ ୩୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ବିଶେଷକରି କେତେକ ଅଞ୍ଚଳରେ ସ୍ୱଳ୍ପ ସମୟ ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବା ଫଳରେ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତଥାପି ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ପୂର୍ବରୁ ସୁଦୃଢ଼ ବ୍ୟବସ୍ଥା ରହିଥିବାରୁ ବଡ଼ ଧରଣର ବିପଦ ସୃଷ୍ଟି ହୋଇନାହିଁ।

Comments are closed, but trackbacks and pingbacks are open.