ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

24

ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସୋମବାର ଏକଦିନିଆ ଓଡ଼ିଶା ଗସ୍ତରେ ଆସି କଟକଠାରେ ନବସ୍ଥାପିତ ‘ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ’ର ଆନୁଷ୍ଠାନିକ ଉଦ୍‌ଘାଟନ କରିବେ। ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ରହିବେ। ଜଗଦ୍‌ଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କ ଆଦର୍ଶ ଓ ଦିବ୍ୟ ପ୍ରେରଣାରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଛି। ଏହାର ରୂପାୟଣରେ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଦୀର୍ଘଦିନର ପ୍ରୟାସ ଓ ନେତୃତ୍ୱ ରହିଛି। ସେ ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ୍ କଲିକତାର ପୂର୍ବତନ ଛାତ୍ର ହେବା ସହ ଅନେକ ଲୋକପ୍ରିୟ ପୁସ୍ତକର ରଚୟିତା। ପ୍ରାୟ ୧୦୦ ଏକର ପରିସରରେ ବିକଶିତ ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ଶିକ୍ଷାବର୍ଷରୁ ଇଞ୍ଜିନିୟରିଂ, ପରିଚାଳନା, କମ୍ପ୍ୟୁଟର ଆପ୍ଲିକେସନ୍ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗରେ ପାଠପଢ଼ା ଆରମ୍ଭ ହେଉଛି। ଏହା ସହିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ସାଇନ୍ସ, ସାଇବର ସିକ୍ୟୁରିଟି, ପ୍ରଡକ୍ଟ ଇଞ୍ଜିନିୟରିଂ, ବିଜିନେସ୍ ଆଡମିନିଷ୍ଟ୍ରେସନ୍ ଏବଂ ବି.ଏନ୍.ୱାଇ.ଏସ୍ ପରି ଆଧୁନିକ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

Comments are closed, but trackbacks and pingbacks are open.