ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶବ୍ୟାପୀ ‘ନିଶାମୁକ୍ତ ଯୁବକ ଭାରତ’ ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ନିଶା ବିରୁଦ୍ଧରେ ରାଜ୍ୟ ସରକାର’ ଶୂନ୍ୟ ସହନଶୀଳତା’ (Zero Tolerance) ନୀତି ଗ୍ରହଣ କରିଛନ୍ତି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଯୁବ ସାଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ବ୍ୟାପକ ‘ଜନ ଆନ୍ଦୋଳନ’ରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି। ଦେଶର ୨୮ ହଜାରରୁ ଅଧିକ ସ୍ଥାନରେ ୨ କୋଟିରୁ ଅଧିକ ଯୁବକଯୁବତୀ ଏହି ଅଭିଯାନରେ ସାମିଲ ହୋଇ ନିଶାମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିବେଦନ ଯେ, ଆପଣଙ୍କ ଆଖପାଖରେ ଚାଲିଥିବା ନିଶା କାରବାର କିମ୍ବା ନିଶା ବେପାରୀଙ୍କ ସମ୍ପର୍କରେ ଗୋପନୀୟ ଭାବେ ପୋଲିସକୁ ଅବଗତ କରାନ୍ତୁ। ପୋଲିସ ଆପଣଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ଏହି ସାମାଜିକ ଆନ୍ଦୋଳନ ଆଗାମୀ ୨ ବର୍ଷ ଯାଏଁ ନିରବଚ୍ଛିନ୍ନ ଭାବେ ଜାରି ରହିବ।
Comments are closed, but trackbacks and pingbacks are open.