ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

25

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହା ବ୍ୟତୀତ ୭ଟି ଅଞ୍ଚଳ ପାଇଁ ଚେତାବନୀ ଜାରି କରିଛି । ଜାପାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜାପାନର ଭୂକମ୍ପ ସ୍କେଲରେ ଏହା ସବୁଠୁ ବଡ ଭୂକମ୍ପ ବୋଲି କୁହାଯାଉଛି । ସୁନାମୀ ଆଲର୍ଟ ଜାରି କରାଯିବା ସହ ଲୋକଙ୍କୁ ସମୁଦ୍ର ଓ ସମୁଦ୍ର ଉପକୂଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଭୂକମ୍ପର ପ୍ରଭାବରେ କିଛି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comments are closed, but trackbacks and pingbacks are open.