ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓକୁ ଫେସବୁକରେ ଭାରତ ଭିତରେ ବ୍ଲକ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ ମେଟା କମ୍ପାନୀ ନିଜ ଭୁଲ୍ ସ୍ୱୀକାର କରିଛି। ସୂଚନା ଥାଉ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ଜୁଲାଇରେ ଫେସବୁକରେ ଏକ ଭିଡିଓ ସେୟାର କରିଥିଲେ। ମେଟା ଏହି ଭିଡିଓକୁ ହଟାଇ ଦେଇଥିଲା, ଯାହାକୁ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ଭିଡିଓକୁ ସେଲଫି ମୋଡରେ ରେକର୍ଡ କରିଥିଲେ। ସେ କକ୍ରୋଚ୍ ଜନତା ପାର୍ଟି ପ୍ରତିବାଦ ସମୟରେ ଛାତ୍ରମାନଙ୍କୁ ଏକ ବାର୍ତ୍ତା ଦେବା ପାଇଁ ଏହି ଭିଡିଓ ବ୍ୟବହାର କରିଥିଲେ। ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସମସ୍ୟାର ସମାଧାନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହାପରେ ଫେସବୁକରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ ହଟାଇବା ପାଇଁ ମେଟା କ୍ଷମା ପ୍ରାର୍ଥନା କରିଛି। ମେଟା କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଟାଇ ଦିଆଯାଇଥିଲା। ପରେ ତ୍ରୁଟି ସଂଶୋଧନ କରାଯାଇଥିଲା ଏବଂ ହଟାଯାଇଥିବା ବିଷୟବସ୍ତୁକୁ ପୁନରୁଦ୍ଧାର କରାଯାଇଥିଲା।
Comments are closed, but trackbacks and pingbacks are open.