ଜେଲ ଗଲେ କୁବେର ପ୍ରତାପ : ଭିଜିଲାନ୍ସ ପକ୍ଷରୁ ଦୁଇ ଦିନ ଧରି ଚାଲିଥିଲା ଚଢାଉ

21

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗିରଫ ହେଲେ ଓଡ଼ିଶା ପୁଲିସ୍‌ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସୁସ୍ମିତା ସାମଲ ଙ୍କ ନାଁ ରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ପ୍ରତାପଙ୍କ ୧୪ କୋଟି ୮୭ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ ସହିତ ମୋଟ ୧୭ କୋଟି ର ସମ୍ପତି ଠାବ କରିଛି ଭିଜିଲାନ୍ସ । ତେବେ ଠାବ ହୋଇଥିବା ତାଙ୍କ ସମ୍ପତ୍ତି ଆୟଠାରୁ ୧୦୮୭ ଗୁଣ ଅଧିକ ବୋଲି କହିଛି ଭିଜିଲାନ୍ସ। ପ୍ରତାପ ସାମଲଙ୍କଠାରୁ ୨୫ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା ହେବ। ଏହାବାଦ ଗୋଠପାଟଣାସ୍ଥିତ ପ୍ରତାପଙ୍କ ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ରହିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା । ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ରହିଛି। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ରୁ ଊର୍ଦ୍ଧ୍ୱ ଟିମ୍ ମଙ୍ଗଳବାର ଅଚାନକ୍ ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରସ୍ଥିତ ଘରେ ଛାନ୍‌ଭିନ୍‌ କରିଥିଲା। ଭୋର ସମୟରେ ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜର ପ୍ଲଟ୍ ନମ୍ବର N-6 ୪୧୬ରେ ରେଡ୍ ପାଇଁ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍‌। ମାତ୍ର ପ୍ରତାପଙ୍କ ପରିବାର ଲୋକେ କବାଟ ଖୋଲିନଥିଲେ। ଯେଉଁଥିପାଇଁ ଭିଜିଲାନ୍ସ ଅଧିକାରୀଙ୍କୁ ପାଖାପାଖି ୪୫ ମିନିଟ୍ ଧରି ଘରର କବାଟ ପାଖରେ ଅପେକ୍ଷା କରିବାକୁ ପଡ଼ିଥିଲା। ଏହି ସମୟ ଭିତରେ ପ୍ରତାପ ଏକ ପେଟିରେ ପ୍ରାୟ ୨୦ ଲକ୍ଷ ଟଙ୍କା ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି।
ପ୍ରତାପ ସାମଲ ୧୯୮୭ ମସିହାରେ ଡିପ୍ଲୋମା (ସିଭିଲ) ପାଠ୍ୟକ୍ରମ ଶେଷ କରିଥିଲେ। ୧୯୮୮ ମସିହାରେ ଜୁନିଅର ଇଞ୍ଜି଼ନିଅର (ସିଭିଲ) ଭାବେ ପୁଲିସ ହାଉସିଂ କର୍ପୋରେସନରେ ଚାକିରି ପାଇଥିଲେ। ୧୯୯୫ ପର୍ଯ୍ୟନ୍ତ ଏଷ୍ଟିମେଟର ଭାବେ କଟକ ଓ ଦେବଗଡ଼ରେ କାମ କରିଥିଲେ। ଏହାପରେ ୨୦୧୩ରେ ଡେପୁଟି ମ୍ୟାନେଜର ଭାବେ ପ୍ରମୋଶନ ପାଇଲେ। ଡେପୁଟି ମ୍ୟାନେଜର ଭାବେ ରାଉରକେଲା, ବଲାଙ୍ଗିର, କେନ୍ଦୁଝର ଓ କଟକରେ କାମ କରିଛନ୍ତି। ୨୦୧୯ ମସିହାରେ ତାଙ୍କର ଭୁବନେଶ୍ୱରକୁ ବଦଳି ହୋଇଥିଲା।
ତେବେ ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀ ବିପୁଳ ଅୟ ବହିର୍ଭୂତ ସମ୍ପତ୍ତିର ଅଧିକାରୀ ହୋଇଥିଲେ ହେଁ ଭିଜିଲାନ୍ସ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ତେଣୁ ଦୁଇ ଦିନ ଧରି ଚଲାଇଥିବା ଚଢ଼ାଉ ପରେ ପ୍ରତାପ ସାମଲ ଙ୍କୁ ଗିରଫ କରାଯାଇଛି I

Leave A Reply

Your email address will not be published.