କେବିଏନ ଗ୍ୟାଙ୍ଗ ର ଆଉ ଏକ ଭିଡିଓ ଭାଇରାଲ

21

ରକ୍ତଚରିତ୍ର କେବିଏନ ଗ୍ୟାଙ୍ଗ ସଦସ୍ୟମାଙ୍କର ଆଉଏକ ମସ୍ତି ଭରା ଭିଡିଓ ସାମ୍ନାକୁ ଆସିଛି I ଏହି ଭିଡ଼ିଓଟିରେ ମସ୍ତି ଭରା ଆନ୍ଦାଜରେ ଏକ କାର ଉପରେ ସଦସ୍ୟ ମାନେ ରାଜରାସ୍ତା ରେ ଫିଲ୍ମି ଷ୍ଟାଇଲ୍‌ରେ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି I ଏପରିକି ମସ୍ତି ମୁଡରେ ଥିବା ଗ୍ରୁପର ମେମ୍ବର ପାର୍ଟି କରି ଏନଜୟ ବି କରୁଛନ୍ତି । ଏହି ପରି ଗୋଟିଏ ପରେ ଗୋଟିଏ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରୁଥିବା ଦେଖିବାକୁ ମିଳୁଛି I କେବିଏନ ଗ୍ରୁପ ର ମୋଟ ୨୯ ସଦସ୍ୟ ମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ କମିଶନରେଟ ପୋଲିସ ୯ ଜଣଙ୍କୁ ଗିରଫ କରିସାରିଲାଣି I ଅନ୍ୟମାନଙ୍କୁ ଖୋଜା ଚାଲିଛି ସେହିପରି ଚେଙ୍ଗ ପରେ ଗତକାଲି ସଞ୍ଜୟ ନୟାପଲ୍ଲୀ ବସ୍ତିରେ ଥିବା ଘର ଖୋଳତାଡ଼ କରି ପୋଲିସ ମାରଣାସ୍ତ୍ର ପାଇଛି I କିନ୍ତୁ ସଞ୍ଜୟ ଘରେ ନ ଥିଲା I
ସୂଚାନାନୁସାରେ କିଛିଦିନ ପୂର୍ବରୁ ରାଜଧାନୀର ରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଗତକାଲି କେବିଏନ ଗ୍ୟାଙ୍ଗ ର ଅନ୍ୟ ଦୁଇ ସଦସ୍ୟ ଚେଙ୍ଗ ଓ ସନିଆ ଆତ୍ମସମର୍ପଣ କରିବା ପରେ ଆଜି ମୁଖ୍ୟ ସଦସ୍ୟ ବୁବୁ ଜେନାଙ୍କ ଘରେ ରେଡ୍ କରିଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଥିବା ବୁବୁ ଘରେ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍ ପହଞ୍ଚି ତଲାସି କରିଥିଲେ ମଧ୍ୟ ତା’ର ପତ୍ତା ପାଇପାରି ନାହିଁ।
ରାଜଧାନୀରେ ଆତଙ୍କରାଜ ଖେଳାଇବାକୁ ଏବଂ ଅନ୍ୟମାନଙ୍କୁ ଭୟଭୀତ କରି ଦାଦା ବଟି ଆଦାୟ କରିବା ଉଦ୍ଦେଶ୍ୟରେ କେବିଏନ୍‌ ଗ୍ୟାଙ୍ଗ ସଦସ୍ୟ ମାନେ ଯୋଜନା ମୁତାବକ ଭିଡିଓ ଭାଇରାଲ କରି ଥାନ୍ତି । ହେଲେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି କମିଶନରେଟ ପୁଲିସ୍‌।

Leave A Reply

Your email address will not be published.