ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ନବୀନ ନିବାସରେ ବିଜେଡିର ବୈଠକ

24

ଭୁବନେଶ୍ୱର: ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ନବୀନ ନିବାସରେ ଚୌଦ୍ୱାର ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଆଗାମୀ ଦିନ ପାଇଁ ଏକ ବଡ଼ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ନବୀନ ନିବାସରେ ପହଞ୍ଚି ସାଂଗଠନିକ ସ୍ଥିତି ସମ୍ପର୍କରେ ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି। ତୃଣମୂଳ ସ୍ତରରେ ଦଳକୁ କିପରି ସୁଦୃଢ଼ କରାଯିବ, ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। ଏହି ବୈଠକ ଚାଲିଥିବା ସମୟରେ କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ଦୁଇଜଣ ପୂର୍ବତନ କର୍ପୋରେଟର ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ବୈଠକରେ ପ୍ରଭାତ ବିଶ୍ୱାଳଙ୍କ ଉପରେ ବର୍ଷିଛନ୍ତି ନବୀନ। ନବୀନ କହିଛନ୍ତି ପ୍ରଭାତ ଜେଲ ଯାଇଥିଲେ ତା ପରେ ବି ମୁଁ ତାଙ୍କ ପୁଅକୁ ଟିକେଟ ଦେଲି କିନ୍ତୁ ପ୍ରଭାତ ଓ ତାଙ୍କ ପୁଅ ବିଶ୍ୱାସ ଘାତକ କଲେ। କିନ୍ତୁ ଆପଣମାନେ ଆଜି ଆସିଛନ୍ତି ମୁଁ ବହୁତ ଖୁସି। ଆପଣମାନେ ଯାଇ କାମ କରନ୍ତୁ। ଚୌଦ୍ୱାରରେ ପୁଣି ବିଜେଡିର ବିଜୟ ହେବ ।

Comments are closed, but trackbacks and pingbacks are open.