୧୭ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ, CSK ପଦ ଛାଡ଼ିଲେ ଷ୍ଟିଫେନ୍ ଫ୍ଲେମିଙ୍ଗ୍

31

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଦଳର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଇପିଏଲ୍ ୨୦୨୬ ସିଜନ୍‌ରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନରେ ଫ୍ଲେମିଙ୍ଗ୍‌ ଏହି ପଦକ୍ଷେପ ନେଇଛନ୍ତି । CSK ସହିତ ୧୭ ବର୍ଷର ସମ୍ପର୍କ ଭାଙ୍ଗିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଖବର ଅନୁଯାୟୀ, ମହେନ୍ଦ୍ର ସିଂ ଧୋନି ଏବଂ ଷ୍ଟିଫେନ୍ ଫ୍ଲେମିଙ୍ଗ୍‌ଙ୍କ ରଣନୀତି ବଳରେ ଦଳ ବିଗତ ଦିନରେ ଅନେକ ସଫଳତା ପାଇଥିଲା। ମାତ୍ର ଆଇପିଏଲ୍ ୨୦୨୬ ସିଜନ୍ CSK ପାଇଁ ବହୁତ ଖରାପ ରହିଥିଲା। ଦଳ ପଏଣ୍ଟ ଟେବୁଲ୍‌ର ତଳ ଆଡ଼େ ରହିବା ସହ ପ୍ଲେ-ଅଫ୍ ଦୌଡ଼ରୁ ବହୁତ ଶୀଘ୍ର ବାହାର ହୋଇଯାଇଥିଲା। କ୍ରମାଗତ ବ୍ୟାଟିଂ ଓ ବୋଲିଂ ବିଫଳତା ଯୋଗୁଁ ଫ୍ଲେମିଙ୍ଗ୍‌ଙ୍କ କୋଚିଂ ଶୈଳୀ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା। ଆଗକୁ ଅଧିକ କିଛି ଖରାପ ହେବା ଆଗରୁ ସେ ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଥାଉ ଯେ, ଷ୍ଟିଫେନ୍ ଫ୍ଲେମିଙ୍ଗ୍ ୨୦୦୮ରେ ପ୍ରଥମ ଆଇପିଏଲ୍ ସିଜନ୍‌ରେ CSK ର ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଯୋଗ ଦେଇଥିଲେ। ଏହା ପରେ ୨୦୦୯ ମସିହାରେ ସେ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ନେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ବିଶ୍ୱର ସବୁଠାରୁ ଦୀର୍ଘ ସମୟ ଧରି ଟି-୨୦ ଦଳର ମୁଖ୍ୟ କୋଚ୍ ରହିବାର ରେକର୍ଡ କରିଥିଲେ। ତାଙ୍କ କୋଚିଂ କାଳରେ CSK ୫ ଥର ଆଇପିଏଲ୍ ଟ୍ରଫି ଏବଂ ୨ ଥର ଚାମ୍ପିଅନ୍ସ ଲିଗ୍ ଟି-୨୦ ଟାଇଟଲ୍ ଜିତି ଥିଲା |

Comments are closed, but trackbacks and pingbacks are open.