ଅନବସରରେ ମହାପ୍ରଭୁ: ଭଣଜାଙ୍କ ସୁସ୍ଥତା ପାଇଁ ମାମୁଘର ନିଆଳି ମାଧବ ପୀଠରୁ ଗଲା ‘ଅଣସର ଭାର’

30

ଭୁବନେଶ୍ବର: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରର ଗୁପ୍ତ ଅଣସର ଗୃହରେ ମହାପ୍ରଭୁଙ୍କର ଜୈବିକ ଉପଚାର ଓ ଗୁପ୍ତ ସେବା-ପୂଜା ଜାରି ରହିଛି। ଜ୍ୱରରେ କମ୍ପୁଥିବା ଶ୍ରୀଜିଉ ଏବେ ଅନ୍ନ ଭୋଗ ଗ୍ରହଣ କରୁନାହାନ୍ତି। ଏଭଳି ସମୟରେ ଭଣଜା-ଭାଣିଜୀଙ୍କ ଅସୁସ୍ଥତା ସମ୍ପର୍କରେ ଅବଗତ ହେବା ପରେ ମାମୁଘରୁ ଆସିଛି ବିଶେଷ ‘ଅଣସର ଭାର’। କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅନ୍ତର୍ଗତ ପ୍ରସିଦ୍ଧ ମାଧବାନନ୍ଦ ଜୀଉଙ୍କ ପୀଠକୁ ମହାପ୍ରଭୁ ଜଗନ୍ନାଥଙ୍କ ମାମୁଘର ବୋଲି କୁହାଯାଏ। ପରମ୍ପରା ଅନୁଯାୟୀ, ଭଣଜାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରତିବର୍ଷ ଏହି ପୀଠରୁ ପୁରୀ ଶ୍ରୀମନ୍ଦିରକୁ ଅଣସର ଭାର ପଠାଯାଇଥାଏ। ବିଶ୍ୱାସ ରହିଛି ଯେ, ମାମୁଘରୁ ଆସିଥିବା ଏହି ପଥ୍ୟ ଓ ସାମଗ୍ରୀ ବ୍ୟବହାର କରିବା ପରେ ମହାପ୍ରଭୁ ଶୀଘ୍ର ସୁସ୍ଥ ହେବେ ଏବଂ ନବଯୌବନ ଦର୍ଶନ ଦେଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରଥାରୂଢ଼ ହେବେ।

Comments are closed, but trackbacks and pingbacks are open.