ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍‌’, ଆରୋହୀ ଗୁରୁତର

23

କଟକ: ପୁଣି କଟକରେ ଦୁର୍ଘଟଣା ଘଟାଇଲା ‘ଆମ୍‌ ବସ’। ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ବାଇକ୍‌କୁ ଧକ୍କା ଦେଇ ୪୦ ଫୁଟ ଘୋଷାଡ଼ି ନେଲା ଆମ ବସ୍। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି, ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀକୁ ପିସିଆର୍‌ରେ ମେଡିକାଲ ପଠାଇଥିବା ଖବର ମିଳିଛି। l ତେବେ ଦୁର୍ଘଟଣା ଘଟାଇବା ପରେ ‘ଆମ ବସ୍’ ଡ୍ରାଇଭର ଫେରାର ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୨ଟା ବେଳେ କଟକ ମଲା ଚଣ୍ଡିଆ ଛକରେ ଏକ ବାଇକକୁ ଧକ୍କା ଦେଇ ୪୦ ଫୁଟ୍ ଘୋଷାଡ଼ି ନେଲା ଆମ ବସ୍। ବାଇକ୍ ଆରୋହୀ ଜଣକ ବସ୍ ତଳେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ଘଟାଇବା ପରେ ଲୋକଙ୍କ ମାଡ଼ ଭୟରେ ‘ଆମ ବସ୍’ ଛାଡ଼ି ଚାଳକ ସେ ସ୍ଥାନରୁ ଚମ୍ପଟ୍ ମାରିଥିଲେ। ସ୍ଥାନୀୟ ଲୋକ ବସ୍‌କୁ ଟେକି ବାଇକ୍ ଆରୋହୀଙ୍କୁ ଉଦ୍ଧାର କରିଥିଲେ। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ପିସିଆର୍ ଭ୍ୟାନ ଯୋଗେ ବଡ଼ ମେଡିକାଲକୁ ନେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଲା ଚଣ୍ଡିଆ ଛକରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା । ପୋଲିସ ବୁଝାସୁଝା କରି ସମାଧାନ କରିଥିବା ଖବର ମିଳିଛି |

Comments are closed, but trackbacks and pingbacks are open.