ପ୍ରକାଶ ପାଇଲା +୨ ନାମଲେଖା ପ୍ରଥମ ମେରିଟ୍ ଲିଷ୍ଟ: କଟ୍-ଅଫ୍‌ରେ ରେଭେନ୍ସା ଆଗରେ

30

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ (+2) ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ମୋଟ ୪,୨୯,୨୧୯ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ କଟ୍-ଅଫ୍ ମାର୍କ ଦୌଡ଼ରେ କଟକର ପ୍ରସିଦ୍ଧ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୀର୍ଷରେ ରହିଛି। ମୋଟ ୪,୬୧,୩୨୫ ଜଣ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୯୩.୦୪% ଅର୍ଥାତ୍ ୪,୨୯,୨୧୯ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଅଧିକ କଳା  ସ୍ରୋତରେ ୨,୭୬,୯୨୫ ଜଣ ଏବଂ ବିଜ୍ଞାନ ସ୍ରୋତରେ ୧,୨୧,୪୯୪ ଜଣ ଶିକ୍ଷାର୍ଥୀ ମନୋନୀତ ହୋଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଇ-ନାମଲେଖାର ପ୍ରଥମ ପର୍ଯ୍ୟାୟ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି । 

Comments are closed, but trackbacks and pingbacks are open.