ବନ ବିଭାଗର ରେଞ୍ଜର ରବୀନ୍ଦ୍ର ନାୟକ ଧରାପଡ଼ିଲେ ଭିଜିଲାନ୍ସ ହାତରେ

23

କଟକ: କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜରେ କାର୍ଯ୍ୟରତ ଥିବା ଶ୍ରୀ ନାୟକ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ଭିଜିଲାନ୍ସ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରିଥିଲା । ଶ୍ରୀ ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ବହୁ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ସଂପତ୍ତି ମଧ୍ୟରେ ରହିଛି ଏକ ଚାରି ମହଲା କୋଠା। ଏହି କୋଠା କଟକର ବାରଙ୍ଗର ମୁଣ୍ଡଳୀଠାରେ ଅଛି। ଏହା ପ୍ରାୟ ୬୪୦୦ ବର୍ଗଫୁଟ ଜାଗାରେ ନିର୍ମାଣ ହୋଇଛି। ସେହିପରି କଟକ ଜିଲ୍ଲା ବାଙ୍କୀର ସାହାଡ଼ାପଡ଼ାରେ ଏକ କୋଠା ଅଛି। କଟକର ବାରଙ୍ଗ ଅଞ୍ଚଳରେ ତାଙ୍କର ୬ଟି ମୂଲ୍ୟବାନ ପ୍ଲଟ୍ ରହିଛି। ଭିଜିଲାନ୍ସ ଚଢ଼ାଉ ବେଳେ ରେଞ୍ଜର ଶ୍ରୀ ନାୟକଙ୍କ ଘରୁ ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା ଓ ସୁନା ଗହଣା ଜବତ କରାଯାଇଛି। ସେହିପରି ସେ ୪୩ ଲକ୍ଷ ଟଙ୍କା ଜମା ରଖିଛନ୍ତି। ତାଙ୍କର ଗୋଟିଏ କାର (Grand Vitara) ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି।

Comments are closed, but trackbacks and pingbacks are open.