‘କୋଭାକ୍ସିନ୍’ ଟୀକା ନେଇଥିବା ବିମାନ ଯାତ୍ରୀ ଙ୍କୁ ଆମେରିକାର ଅନୁମତି

21

ପ୍ରଥମେ ବ୍ରିଟେନ ,ଅଷ୍ଟ୍ରେଲିଆ ପରେ ଏବେ ଆମେରିକା କୋଭାକ୍ସିନ୍ ଟୀକା ନେଇଥିବା ବିମାନ ଯାତ୍ରୀ ମାନଙ୍କ ଉପରୁ ପତିବନ୍ଧକ ହଟାଇଦେଇଛି I କରୋନା ମହାମାରୀସଂପୂର୍ଣ୍ଣ ଟୀକାକରଣ କରିଥିବା ବିଦେଶୀ ଯାତ୍ରୀମାନଙ୍କ ପାଇଁ ଆମେରିକା ଆଜିଠାରୁ ଯାତ୍ରା ଉପରେ ପ୍ରତିବନ୍ଧକ ହଟାଇଛି । ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ୍ କୁWHO ଦ୍ବାରା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବାରୁ ଦୀର୍ଘ ୨୧ ମାସର ନିଷେଧାଦେଶ ପରେ ଲୋକମାନେ ବର୍ତ୍ତମାନ ନଭେମ୍ବର ୮ରୁ ଆମେରିକା ଯାତ୍ରା କରିପାରିବେ । ଆମେରିକାର ଭ୍ରମଣ ନିଷେଧାଦେଶ ଯୋଗୁଁ ଆମେରିକାରେ ରହୁଥିବା ଭାରତୀୟମାନେ ଭାରତରେ ପହଞ୍ଚିପାରିନଥିଲେ। ଆମେରିକାର ଏହି ପ୍ରତିବନ୍ଧକକୁ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ ବର୍ଷ ଆରମ୍ଭରେ ଲାଗୁ କରିଥିଲେ। ଏହା ସହିତ ଆମେରିକା ମଧ୍ୟ କିଛି ଦେଶ (US Reopening Borders) ସହିତ ଏହାର ସୀମା ଖୋଲିବାକୁ ଯାଉଛି ।

ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ବିମାନରେ ଯିବା ପୂର୍ବରୁ କରୋନାର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଦେଖାଇବା ଆବଶ୍ୟକ । ସୂଚାନୁଯାୟୀ ଯାତ୍ରୀମାନଙ୍କୁ ସେମାନଙ୍କର ଟୀକାକରଣ ସମ୍ପୂର୍ଣ୍ଣ ବିବରଣୀ କତୃପକ୍ଷଙ୍କୁ ଦେଖାଇବାକୁ ପଡ଼ିବ ଏବଂ ବିମାନ ଚଳାଚଳ ପ୍ରମାଣପତ୍ର ପ୍ରଦାନ କରିଥିବା ଯାତ୍ରୀ, ସେହି ବ୍ୟକ୍ତି ବୋଲି ନିଶ୍ଚିତ କରିବାକୁ ପଡିବ । ଯୁକ୍ତରାଷ୍ଟ୍ରକୁ ଯାତ୍ରା ପାଇଁ ସମସ୍ତ FDA ଏବଂ WHO ଅନୁମୋଦିତ ଟିକା ଆମେରିକାର ଅଧିକାରୀଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ବିମାନ ଯାତ୍ରା ନିଷେଧାଦେଶ ହଟାଇବା ସହିତ ଆମେରିକା କାନାଡା ଏବଂ ମେକ୍ସିକୋ ସହିତ ଏହାର ସୀମା ମଧ୍ୟ ଖୋଲିବ।

Leave A Reply

Your email address will not be published.