ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଲା

21

ରାଜଧାନୀ ଦିଲ୍ଲୀରେ ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପିର ଜାତୀୟ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜନାଥ ସିଂହ, ନୀତିନ ଗଡ଼କରିଙ୍କ ସମେତ ବହୁ ନେତା ଯୋଗଦେଇଛନ୍ତି । ଏଥିରେ ଆଗକୁ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। କାର୍ଯ୍ୟକାରଣୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଜେପିର କାର୍ଯ୍ୟନୀତି ନିର୍ଦ୍ଧାରଣ ଲାଗି ସମସ୍ତଙ୍କୁ ବଡ ମନ୍ତ୍ର ଦେଇଛନ୍ତି। ବର୍ଷ ଶେଷ ଭାଗରେ ବିଜେପି ଶାସିତ ଗୁଜୁରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ହେବ Iଆଜିର କାର୍ଯ୍ୟକାରିଣୀରେ ବୈଠକ ରେ ଏନେଇ ଆଲୋଚନା ହେବା ସହ ରଣନୀତି ପ୍ରସ୍ତୁତି ଦଳର ସାଂଗଠନିକ ସ୍ଥିତି ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି I

କୋଭିଡ ଗାଇଡଲାଇନ୍‌ ଅନୁଯାୟୀ, ଏହି ବୈଠକ ଅନୁଷ୍ଠିତ ହେଉଥିବା ବେଳେ ବହୁ ନେତା ଭର୍ଚୁଆଲ ମିଟିଂରେ ଉପସ୍ଥିତ ଅଛନ୍ତି। ଏପରିକି ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲି ମନୋହର ଯୋଶୀଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଭର୍ଚୁଆଲ ବୈଠକରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଭୂପେନ୍ଦ୍ର ଯାଦବ କାର୍ଯ୍ୟକାରିଣୀ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.