ତ୍ରିରାଷ୍ଟ୍ରୀୟ ସିରିଜ ଜିତିଲା ଭାରତ: ୬୬ ରନରେ ହାରିଲା ଶ୍ରୀଲଙ୍କା

30

ନୂଆଦିଲ୍ଲୀ: ଭାରତ ତ୍ରିରାଷ୍ଟ୍ରୀୟ ସିରିଜ ଜିତିଛି। ଟିମ୍ ଇଣ୍ଡିଆ ୬୬ ରନରେ ଫାଇନାଲ ମ୍ୟାଚ୍ ଜିତିଛି। ବୈଭବ ସୂର୍ଯ୍ୟବଂଶୀ ଭାରତର ବିଜୟର ନାୟକ ଥିଲେ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ଏକତରଫା ଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଏ ୫୦ ଓଭରରେ ୯ ୱିକେଟ୍ ହରାଇ ୩୭୭ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଏ କେବଳ ୩୧୧ ରନ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨୯ ବଲ୍ ରେ ୯୪ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୟଶ ଠାକୁର ଏବଂ ବିପ୍ରଜ ନିଗମ ପ୍ରତ୍ୟେକ ୩ ଟି ଲେଖାଏଁ ୱିକେଟ୍ ନେଇଥିଲେ। ଭାରତ ପାଇଁ ପ୍ରିୟାଂଶ ଆର୍ଯ୍ୟ ଏବଂ ବୈଭବ ସୂର୍ଯ୍ୟବଂଶୀ ୮.୫ ଓଭରରେ ୧୩୨ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ପ୍ରିୟାଂଶ ଆର୍ଯ୍ୟ ୨୯ ବଲ୍ ରେ ୩୯ ରନ କରିଥିଲେ, ୬ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ବୈଭବ ସୂର୍ଯ୍ୟବଂଶୀ ୨୯ ବଲ୍ ରେ ୯୪ ରନ କରିଥିଲେ। ସେ ୧୦ ଚୌକା ଏବଂ ୮ ଛକା ମାରିଥିଲେ। ଋତୁରାଜ ଗାୟକୱାଡ ୪୦ ରନର ଅବଦାନ ରଖିଥିଲେ। ଅଧିନାୟକ ତିଲକ ବର୍ମା ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ତିଲକ ୯୦ ବଲ୍‌ରେ ୪ ଚୌକା ଏବଂ ୧ ଛକା ମାରି ୬୭ ରନର ଇନିଂସ ଖେଳିଥିଲେ। କୁମାର କୁଶାଗ୍ର ୩୬, ସୂର୍ଯ୍ୟାଂଶ ଶେଡଗେ ୦୨, ନିଶାନ୍ତ ସିନ୍ଧୁ ୧୬ ଏବଂ ବିପ୍ରଜ ନିଗମ ୨୭ ରନ କରିଥିଲେ। ଅଙ୍କୁଲ ରୟ ଶେଷରେ ମାତ୍ର ୧୫ ବଲ୍‌ରେ ୩୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହା ଭାରତ ଏ ଦଳକୁ ୩୭୭ ରନର ବିଶାଳ ସ୍କୋର କରିବାକୁ ସାହାଯ୍ୟ କରିଥିଲା। ଜବାବରେ, ଶ୍ରୀଲଙ୍କା ୪୭.୧ ଓଭରରେ କେବଳ ୩୧୧ ରନ କରିପାରିଥିଲା। ନିରୋଶାନ ଡିକୱେଲା ୨୫, ଅଭିଷ୍କା ଫର୍ଣ୍ଣାଣ୍ଡୋ ୦୩, ନୁୱାଣ୍ଡୁ ଫର୍ଣ୍ଣାଣ୍ଡୋ ୨୧, ସଦୀରା ସମରବିକ୍ରମା ୫୨, ସହନ ଅରଚିଙ୍ଗେ ୩୮, ରବିନ୍ଦୁ ଫର୍ଣ୍ଣାଣ୍ଡୋ ୧୯, ବିଜୟକାନ୍ତ ବ୍ୟାସକାନ୍ତ ୩୯, ମହମ୍ମଦ ଶିରାଜ ୨୧ ଏବଂ ଦୁଲଜ ସମୁଧିଥା ୧୫ ରନ କରି ଆଉଟ ହୋଇଥିଲେ। ଭାରତ ଦେଇଥିବା ବିଶାଳ ସ୍କୋର ଆଗରେ ଶ୍ରୀଲଙ୍କା ଦଳ ସମ୍ପୂର୍ଣ୍ଣ ୫୦ ଓଭର ମଧ୍ୟ ଖେଳିପାରି ନଥିଲା।

Comments are closed, but trackbacks and pingbacks are open.