ବାୟୁ ପ୍ରଦୂଷଣ କରୋନା ସଂକ୍ରମଣକୁ ପୁଣି ବଢାଇପାରେ :ରଣଦୀପ ଗୁଲେରିଆ

22

ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ସେ କହିଛନ୍ତି ଯେ, ସିଗାରେଟ ଧୂଆଁ ଅପେକ୍ଷା ଦିଲ୍ଲୀର ବାୟୁ ଅଧିକ କ୍ଷତିକାରକ ହୋଇଛି । ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଦିଲ୍ଲୀବାସିନ୍ଦାଙ୍କ ଆୟୁଷ ହ୍ରାସ ପାଇଛି। ରଣଦୀପ ଗୁଲେରିଆ ଏହାମଧ୍ୟ କହିଛନ୍ତି କି ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦିଲ୍ଲୀବାସୀଙ୍କ ଆୟୁଷ ଯଥେଷ୍ଟ ହ୍ରାସ ପାଇଛି। ସେ କହିଛନ୍ତି ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ କରୋନା ସଂକ୍ରମଣକୁ ପୁଣି ବଢାଇପାରେ ।ଡାକ୍ତର ଗୁଲେରିୟା କହିଛନ୍ତି, ବାୟୁ ପ୍ରଦୂଷଣ ଯେଉଁଠି ଅଧିକ ରହିବ ସେଠି କରୋନା ଅଧିକ ଘାତକ ହୋଇପାରେ । ଏହା ମଣିଷର ଫୁସଫୁସ ଉପରେ କୁପ୍ରଭାବ ପକାଇଥାଏ। ପ୍ରଦୂଷଣ ଯୋଗୁଁ କରୋନା ଲମ୍ବା ସମୟ ଯାଏଁ ବାୟୁରେ ରହିପାରିବ । ଆଉ ଏହା ପୁଣି ଦିଲ୍ଲୀରେ ସଂକ୍ରମଣକୁ ବୃଦ୍ଧି କରିପାରେ । ଦୀପାବଳିର ଦୁଇ ଦିନ ପରେ ଦିଲ୍ଲୀର ଏୟାର କ୍ୱାଲିଟି ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି। ପଡୋଶୀ ରାଜ୍ୟରେ ମାତ୍ରାଧିକ ବାଣ ଫୁଟିବା ଏବଂ କ୍ଷେତରେ ଗଦା ଗଡ଼ା ନଡ଼ା ଜାଳିବା ଯୋଗୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି। ତେବେ ଆଗାମୀ ସୋମବାର ପୂର୍ବରୁ ଦିଲ୍ଲୀବାସିଙ୍କୁ ନିସ୍ତାର ମିଳିବାର ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

Leave A Reply

Your email address will not be published.