ଅପରାଧୀ ଙ୍କ ପାଇଁ ଖୁବ ଶୀଘ୍ର ଆସୁଛି ‘ଗୁଣ୍ଡା ଆଇନ’

22

ଓଡ଼ିଶା ସରକାର ଆଣୁଛନ୍ତି ଗୁଣ୍ଡା ନିରୋଧୀ ଆଇନ୍‌ Iଏଣିକି ସାବାଡ ହେବେ ଦୁର୍ଦ୍ଦାନ୍ତ ଅପରାଧୀ। ଏହି ଆଇନ୍‌ ବଳରେ ଅପରାଧୀଙ୍କୁ ଅତି କମ୍‌ରେ ୭ ବର୍ଷ ନ ହେଲେ ସର୍ବାଧିକ ୧୦ ବର୍ଷ ଜେଲ୍‌ ସଜା କାଟିବାକୁ ପଡ଼ିବ । ଅପରାଧୀ ମାନଙ୍କୁ ସହାୟତା କରୁଥିବା ସରକାରୀ ବେତନଭୋଗୀ ମଧ୍ୟ ଏହି ଆଇନ ଅନ୍ତର୍ଭୁକ୍ତ ହେବେ , ବାଜ୍ୟାପ୍ତି ହେବ ତାଙ୍କର ସମସ୍ତ ସଂପତ୍ତି । ଗୁଜରାଟ, ମହାରାଷ୍ଟ ଓ ଉତ୍ତର ପ୍ରଦେଶ ସରକାରଙ୍କ ପରି ଓଡ଼ିଶା ସରକାର ମଧ୍ୟ ଖୁବ୍‌ ଶୀଘ୍ର ଏହି ‘ଗୁଣ୍ଡା ଆଇନ୍‌’ ରାଜ୍ୟରେ ଲାଗୁ କରିବେ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚିଠା ଆଇନ୍‌ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ’ ।
ଏହି ପ୍ରସ୍ତାବିତ ବିଲ୍‌ର ନାଁ ରହିଛି ‘ଓଡ଼ିଶା ଗୁଣ୍ଡା ଆଣ୍ଡ ଆଣ୍ଟି ସୋଶାଲ ଆକ୍ଟିଭିଟିଜ୍‌ ବିଲ୍‌’ । ଆଇନ୍‌ ବିଭାଗର ଅନୁମୋଦନ ପରେ ଏହା କ୍ୟାବିନେଟ ମଞ୍ଜୁରୀ ପାଇଁ ଯିବ । ଏହାପରେ ବିଧାନସଭାରେ ଆଗତ ହେବ । ଏହି ବିଲ୍‌ ପାସ୍‌ ହେଲେ ସରକାର ଜଣେ ବ୍ୟକ୍ତିଙ୍କୁ ଗୁଣ୍ଡା ଘୋଷଣା କରିପାରିବେ।

Leave A Reply

Your email address will not be published.