DRDO ତଥ୍ୟ ଚୋରି ମାମଲାରେ ଜଣେ ନୁହେଁ ଦୁଇ ରହସ୍ୟମୟୀ ଙ୍କ ସମ୍ପୃକ୍ତି !!

23

ବାଲେଶ୍ୱର DRDO ଗୁଇନ୍ଦାଗିରି ମାମଲାରେ ପୂର୍ବରୁ ଜଣେ ରହସ୍ୟମୟୀଙ୍କ ସମ୍ପର୍କରେ ଜଣା ପଡ଼ିଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସଂପୃକ୍ତି ଥିବା ନେଇ ସୂଚନା ମିଳିଛି । ତେବେ ଏହି ୨ ମହିଳା ଜଣେ ନା ଭିନ୍ନ ଭିନ୍ନ ଏହାକୁ ନେଇ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ, ପୂର୍ବରୁ ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୁଲିସ ସେପ୍ଟେମ୍ୱର ୧୮ ତାରିଖରେ ଆଇଟିଆର୍‌ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ। ଗିରଫ ୪ ଅଭିଯୁକ୍ତଙ୍କ ସମ୍ପୃକ୍ତି ପ୍ରଥମ ରହସ୍ୟ ମୟୀ ଙ୍କ ସହିତ ଫେସବୁକ ମାଧ୍ୟମ ରେ ହୋଇଥିଲା ଉକ୍ତ ରହସ୍ୟମୟୀ ପ୍ରକ୍ସି ଆଇପି ଜରିଆରେ ଫେସ୍‌ବୁକ୍‌ରେ ଚାଟିଂ ଚଲାଇ ପ୍ରେମ ଜାଲରେ DRDO କର୍ମଚାରୀଙ୍କୁ ଫସାଇ ଦେଶର ସୁରକ୍ଷା ତଥ୍ୟ ହାସଲ କରୁଥିଲେ I ଏମାନଙ୍କ ମଧ୍ୟରୁ ଜଣଙ୍କର ମୁମ୍ବାଇ ଲିଙ୍କ୍ ମଧ୍ୟ ରହିଥିଲା ତେବେ ଦୁଇଦିନ ପରେ ଅନ୍ୟଜଣେ ଅଭିଯୁକ୍ତ ଗିରଫ ହୋଇଥିଲେ I ସେ ହେଉଛନ୍ତି ସଚିନ କୁମାର ଓରଫ ଛତା ଆଇଟିଆରରେ ଡ୍ରାଇଭର ଭାବେ କାମ କରୁଥିଲେ।
କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଂଜୀବ ପଣ୍ଡା ଦେଇଥିବା ସୂଚନା ଅନୁଯାୟୀ, ଜଣେ ମହିଳା ସଂପୃକ୍ତ ଅଭିଯୁକ୍ତଙ୍କ ସହ ପ୍ରଥମେ ଯୋଗାଯୋଗ କରିଥିଲେ। ଦୁବାଇରେ ଚାକିରି କରନ୍ତି ବୋଲି କହିଥିଲେ। ସମ୍ପର୍କ ବଢ଼ିଲା ପରେ ହନିଟ୍ରାପରେ ଫସାଇ ୪୦ ହଜାର ଟଙ୍କା ମାଗିଥିଲେ। ୨ଟି କିସ୍ତିରେ ୩୦, ୧୦ ହଜାର ଅଭିଯୁକ୍ତଜଣକ ସମ୍ପୃକ୍ତ ମହିଳାଙ୍କୁ ଦେଇଥିଲେ। ଆଉ ଏହି ଟଙ୍କା ମୁମ୍ବାଇର ୨ଜଣ ବ୍ୟକ୍ତିଙ୍କ ପାଖକୁ ଅନଲାଇନ୍‌ରେ ପଠାଇବାକୁ କହିଥିଲେ । ଶେଷରେ ଗତ ଏପ୍ରିଲ ୧୮ତାରିଖରେ ଅନଲାଇନ୍‌ରେ ଅଭିଯୁକ୍ତଜଣକ ୪୦ ହଜାର ଜମା କରିଥିଲେ । ହେଲେ ୧୯ ତାରିଖ ଦିନ ସଂପୃକ୍ତ ଅଭିଯୁକ୍ତଙ୍କର ଚାନ୍ଦିପୁର SBI ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଟଙ୍କା ରିଟର୍ଣ୍ଣ ଆସିଥିଲା । ଉକ୍ତ ଟଙ୍କା କେହି ଜଣେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନର ସଂପୃକ୍ତ ମହିଳା ଜଣକ ପ୍ରଥମ ରହସ୍ୟମୟୀ ନା ଆଉ ଜଣେ, ସେନେଇ ତନାଘନା ଜାରି ରହିଛି ।

Leave A Reply

Your email address will not be published.