ରାମ ମନ୍ଦିର ଦାନ ଦୁର୍ନୀତି ମାମଲା: ଆଜି ଅଯୋଧ୍ୟାରେ ପହଞ୍ଚିବ SIT, ୧୫ ଦିନରେ ମିଳିବ ରିପୋର୍ଟ

37

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ଦାନ ଚୋରି ଏବଂ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ପ୍ରକ୍ରିୟା ତେଜିଛି। ଏହି ହେରଫେରର ପର୍ଦ୍ଦାଫାଶ କରିବା ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଆଜି ଅଯୋଧ୍ୟାରେ ପହଞ୍ଚିବ। ସୂଚନା ଅନୁଯାୟୀ, ତିନି ସଦସ୍ୟ ବିଶିଷ୍ଟ ଏହି ଉଚ୍ଚସ୍ତରୀୟ SIT ଦଳ ଲକ୍ଷ୍ନୌରୁ ବାହାରି ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିବେ। ଏହାପରେ ଦଳ ମନ୍ଦିର ପରିସର ଗସ୍ତ କରି ସେଠାରୁ ଆବଶ୍ୟକୀୟ ଦସ୍ତାବିଜ ଓ ପ୍ରମାଣ ସଂଗ୍ରହ କରିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ନିର୍ଦ୍ଦେଶ ପରେ ଏହି ମାମଲାରେ ଏକ ୩ ସଦସ୍ୟ ବିଶିଷ୍ଟ ବିଶେଷ ଦଳ ଗଠନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତ, ଆଇଜି (IG) ଏସ୍. କିରଣ ଏବଂ ସ୍ୱତନ୍ତ୍ର ସଚିବ ନୀଳ ରତନଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଦଳରେ ସାମିଲ ଅଛନ୍ତି। ମାମଲାର ଗମ୍ଭୀରତାକୁ ଦେଖି ଦଳକୁ ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

Comments are closed, but trackbacks and pingbacks are open.