ଆଖି ବୁଜିଲେ ଏମଭି କନେଷ୍ଟବଳ ଆଶୁତୋଷ: ସିବିଆଇ ତଦନ୍ତ ପାଇଁ ଦାବି କଲେ ପରିବାର ଲୋକ

32

ବ୍ରହ୍ମପୁର:ଦୀର୍ଘ ୧ ସପ୍ତାହ ଧରି ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ l ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସର ବର୍ଣ୍ଣ ବିଭାଗରେ ଚାଲିଥିଲା ଚିକିତ୍ସା। ଦୁଇଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଥିବାରୁ ଭେଣ୍ଟିଲେଟରରେ ରଖିଥିଲେ ଡାକ୍ତର । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ସ୍ତ୍ରୀ ଓ ଶାଳକ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଥିଲେ ।ଆଶୁତୋଷଙ୍କ ଭଉଣୀ ଅଭିଯୋଗ କରିଛନ୍ତି ଯେ, ମୋ ଭାଇକୁ ସନ୍ଧ୍ୟା ଓ ତାର ଭାଇ ପେଟ୍ରୋଲ ପକାଇ ମାରିଛନ୍ତି ବୋଲି ମୋ ଭାଇ କହିଛି କିନ୍ତୁ କାହିଁକି ଏପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଉ ନାହିଁ। ବ୍ରହ୍ମପୁର ଏସପି ସେମାନଙ୍କୁ ସପୋର୍ଟ କରୁଛନ୍ତି।ଅନ୍ୟପଟେ କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ SP ପ୍ରତିକ୍ରିୟା ଦେଇଛନ୍ତି। ଅଧିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ କହିଛନ୍ତି ବ୍ରହ୍ମପୁର ଏସ୍‌ପି। ଘଟଣାସ୍ଥଳରୁ ସାଇଣ୍ଟିଫିକ୍‌ ପ୍ରମାଣ ଏବଂ ଲୋକଙ୍କ ବୟାନ ସଂଗ୍ରହ କରାଯାଇଛି। ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଇଛି। ସତ ଜାଣିବାକୁ ହେଲେ ପତ୍ନୀ ସନ୍ଧ୍ୟା ଓ ଶାଳକଙ୍କ ହୋଇପାରେ ପଲିଗ୍ରାଫ ଟେଷ୍ଟ। କିନ୍ତୁ ବ୍ରହ୍ମପୁର ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକ ଏବଂ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି l

Comments are closed, but trackbacks and pingbacks are open.