ନୂଆଦିଲ୍ଲୀ: ଓମାନ ଉପକୂଳରେ ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ସାମରିକ ଆକ୍ରମଣ ପରେ ନିଖୋଜ ଥିବା ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ପାଲାଉର ପତାକାଧାରୀ ଏହି ତେଲ ଟ୍ୟାଙ୍କର ‘ଏମଟି ସେଟ୍ଟେବେଲୋ’ (MT Settebello) ଉପରେ ହୋଇଥିବା ଆକ୍ରମଣ ପରଠାରୁ ସେମାନେ ନିଖୋଜ ଥିଲେ । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଗୁରୁବାର ଦିନ ମୃତଦେହ ଠାବ ଏବଂ ଚିହ୍ନଟ ହେବା ପରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସମ୍ପୃକ୍ତ ନାବିକମାନଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ସ୍ୱଦେଶକୁ ଫେରାଇ ଆଣିବା ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଏ ନେଇ ସୋନୋୱାଲ ‘X’ (ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟ କରି କହିଛନ୍ତି, “ପାଲାଉ-ପତାକାଯୁକ୍ତ ଏମଟି ସେଟ୍ଟେବେଲୋରେ ଘଟିଥିବା ଏହି ଦୁଃଖଦ ଘଟଣା ବିଷୟରେ ଜାଣିବା ଅତ୍ୟନ୍ତ ଆଘାତଦାୟକ । ପ୍ରଥମେ ନିଖୋଜ ଥିବା ୩ ଜଣ ଭାରତୀୟ ନାବିକଙ୍କ ମୃତଦେହ ଠାବ କରାଯାଇ ଚିହ୍ନଟ କରାଯିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।”
Comments are closed, but trackbacks and pingbacks are open.