ଛୋଟ ପିଲାଙ୍କ ର ରୋଗ ପ୍ରତିରୋଧକ ଶକ୍ତି ଅଧିକଥାଏ :‘ସବୁ ନିୟମ ମାନି ସ୍କୁଲ ଖୋଲିଲେ କିଛି ଅସୁବିଧା ନାହିଁ’

18

ରାଜ୍ୟରେ ସଂକ୍ରମଣ କମୁଥିଲେ ବି ବିଦେଶରେ ନୂଆ ଭ୍ୟାରିଆଂଟର ପ୍ରକୋପକୁ ଦେଖି ସ୍କୁଲ ଖୋଲିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କରୋନାର ଛକାପଞ୍ଝା ଭିତରେ ସ୍କୁଲ ଖୋଲିବାକୁ ନେଇ ଶଙ୍କା ରହୁଥିବାବେଳେ ସେ କହିଛନ୍ତି ଯେ, ‘ପିଲାମାନଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ଅଧିକଥାଏ । ତେବେ କୋଭିଡର ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରାଯାଇ ସ୍କୁଲ ଖୋଲିଲେ କିଛି ଅସୁବିଧା ନାହିଁ’ ବୋଲି ସେ କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିଲେ ବି ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ବରଂ ପୂର୍ବପରି ମାସ୍କ ପିନ୍ଧିବା ସହ ଆବଶ୍ୟକସ୍ଥଳେ ସାମାଜିକ ଦୂରତା ମାନିବାକୁ ସେ କହିଛନ୍ତି ।କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୨୯ ଥିବାବେଳେ ୩୯୨ଟି ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ ୨୪ ଘଂଟାରେ ମୋଟ ୨୦୮ ଟି ପଜିଟିଭ୍ କେସ୍ ମିଳିଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ୧୮ ବର୍ଷରୁ କମ ବୟସର ଚିହ୍ନ । ତେବେ ଗତକାଲି ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ସଂକ୍ରମଣ ହାର ୨୦୦ ତଳକୁ ଥିଲାବେଳେ ଆଜି ପୁଣି ତାହା ବୃଦ୍ଧିପାଇ ୨୦୮ ରେ ପହଂଚିଛି ଇ ଏହାଛଡା ଫେବୃଆରୀ ୨ୟ ସପ୍ତାହ ସୁଦ୍ଧା ତୃତୀୟ ଲହର ଆଶଙ୍କା ରହିଥିବା ‘ହୁ’ ପକ୍ଷରୁ ସତର୍କ କରାଯାଇଛି I

Leave A Reply

Your email address will not be published.