CBSEର ବଡ଼ ନିଷ୍ପତ୍ତି: ୯ମ ଓ ୧୦ମ ଶ୍ରେଣୀ ପାଇଁ ‘ତ୍ରିଭାଷା ନିୟମ’ ବାଧ୍ୟତାମୂଳକ

28

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷା ନୀତିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷରୁ ୯ମ ଏବଂ ୧୦ମ ଶ୍ରେଣୀରେ ୩ଟି ଭାଷା ପଢ଼ିବା ବାଧ୍ୟତାମୂଳକ ହେବ। ଏହି ନୂତନ ନିୟମ ଆସନ୍ତା ୨୦ Rot ୨୬ ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁ ହେବା ନେଇ ବୋର୍ଡ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ଉପରୁ ପରୀକ୍ଷା ଚାପ କମାଇବା ପାଇଁ ଦଶମ ବୋର୍ଡ ପରୀକ୍ଷାରେ ତୃତୀୟ ଭାଷାର ମୂଲ୍ୟାୟନ କରାଯିବ ନାହିଁ। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ନ୍ୟାସନାଲ କରିକୁଲମ ଫ୍ରେମୱର୍କ ଫର ସ୍କୁଲ ଏଜୁକେସନ (NCF-SE) ୨୦୨୩ ଅନୁଯାୟୀ ଏହି ସଂଶୋଧିତ ଶିକ୍ଷା ଢାଞ୍ଚା ପ୍ରସ୍ତୁତ କରାଯାଇଛି। ବିଜ୍ଞପ୍ତି ଅନୁସାରେ, ବାଧ୍ୟତାମୂଳକ କରାଯାଇଥିବା ୩ଟି ଭାଷା (R1, R2 ଏବଂ R3) ମଧ୍ୟରୁ ଅତିକମରେ ଦୁଇଟି ମୂଳ ଭାରତୀୟ ଭାଷା ହେବା ଆବଶ୍ୟକ। ଏହି କ୍ରମରେ ତୃତୀୟ ଆଞ୍ଚଳିକ ଭାଷା ତାଲିକାରେ ‘ଓଡ଼ିଆ’ ସହିତ ଅନ୍ୟ ୧୯ଟି ଭାଷାକୁ ସ୍ଥାନିତ କରାଯାଇଛି। କେବଳ ପରୀକ୍ଷା ଉପରେ ଗୁରୁତ୍ୱ ନଦେଇ ପିଲାମାନଙ୍କ ଭାଷା ଜ୍ଞାନର ବିକାଶ ଏବଂ ସେମାନଙ୍କୁ ଚାପମୁକ୍ତ ରଖିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି CBSE ସ୍ପଷ୍ଟ କରିଛି।

Comments are closed, but trackbacks and pingbacks are open.