ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ବରିଷ୍ଠ ନେତା ତଥା ଓଡ଼ିଶା ସହ-ପ୍ରଭାରୀ ନିତିନ ନବୀନ। ସେ କାଲି ରାତି ୧୦ଟା ୩୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହି ଗସ୍ତ କାଳରେ ସେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଖୋର୍ଦ୍ଧାଠାରେ ଆୟୋଜିତ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ପ୍ରଶିକ୍ଷଣ ଶିବିରକୁ ମଧ୍ୟ ସେ ଉଦ୍ଘାଟନ କରିବେ। ଆସନ୍ତା ୧୮ ତାରିଖ ରାତିରେ ସେ ପୁଣି ଦିଲ୍ଲୀ ଫେରିଯିବେ ବୋଲି ଦଳୀୟ ମୁଖପାତ୍ର ସୂଚନା ଦେଇଛନ୍ତି।
Comments are closed, but trackbacks and pingbacks are open.