T-20 ବିଶ୍ୱକପ : ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

20

କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଶୋଚନୀୟ ପରାଜୟ ପରେ ଚଳିତ ବିଶ୍ଵ କପରେ ପ୍ରଥମ ଥର ପାଇଁ ଦଳ ପ୍ରଥମ ପାରି ବ୍ୟାଟିଂ ୨୦୦ରୁ ଉର୍ଦ୍ଧ୍ଵ ରନ କରିବାକୁ ସକ୍ଷମ ହୋଇପାରିଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଦର୍ଶକ ଙ୍କୁ ନିରାଶ କରିଥିବା ଯୋଡି ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ବ୍ୟାଟ୍ ରୁ ହୋଇଛି ରନ ବର୍ଷା। ଦୁଇ ଓପନର ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଆଫଗାନିସ୍ତାନ ସମ୍ମୁଖରେ ବିଶାଳ ସ୍କୋର କରିଛି। କ୍ରମାଗତ ତୃତୀୟ ମ୍ୟାଚ୍‌ରେ ବି ଅଧିନାୟକ ବିରାଟ କୋହଲି ଟସ୍ ହାରିଥିଲେ। ହେଲେ ଏହି ମ୍ୟାଚ୍‌ରେ ଏହାର କୌଣସି ଫରକ ପଡି ନାହିଁ। ରୋହିତ ଶର୍ମା(୭୪) ଓ କେଏଲ ରାହୁଲ(୬୯) ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ଆଫଗାନିସ୍ତାନ ସମ୍ମୁଖରେ ରହିଛି ୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟ। ଏହି ମ୍ୟାଚ୍‌ ଜିତିବା ଭାରତ ପାଇଁ ବହୁତ ଜରୁରୀ। କାରଣ ମ୍ୟାଚ୍ ହାରିଲେ ଦଳ ବିଶ୍ଵ କପ୍‌ରୁ ବାଦ୍ ପଡିବ ଦଳ ଏବଂ ଜିତିଲେ ସେମିଫାଇନାଲ ପାଇଁ ଆଶା ରହିବ।

Leave A Reply

Your email address will not be published.