ଟଳିଲା ବଡ଼ ଅଘଟଣ: ଲିଫ୍ଟରୁ ମୁକୁଳିଲେ ୮ ଜଣ ଆଇନଜୀବୀ

20

ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଟଳିଛି ବଡ଼ ଅଘଟଣ I ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି ୮ ଜଣ ଆଇନଜୀବୀ I ଏହି ଅଘଟଣ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଘଟିଛି । ଆଜି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ଦର୍ଶନ ପରିବର୍ତ୍ତେ ପୁରୀବାସୀଙ୍କ ପାଇଁ ଚାରିଦ୍ୱାର ଖୋଲିବା ନେଇ ଜିଲ୍ଲାପାଳଙ୍କୁ ମେମୋରେଣ୍ଡମ ଦେବାକୁ ଆସିଥିଲେ ଆଇନଜୀବୀ । ମେମୋରେଣ୍ଡମ ପ୍ରଦାନ କରିବା ପରେ ଫେରିବା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଲିଫ୍ଟରେ ତଳକୁ ଓହ୍ଲାଇବା ସମୟରେ ଘଟିଥିଲା ଅଘଟଣ ।ଦୀର୍ଘ ୨୦ ମିନିଟ୍ ଫସି ରହିବା ପରେ ଗଣମାଧ୍ୟମ ଏବଂ ଅନ୍ୟ ମାନଙ୍କୁ ଫୋନ ଯୋଗେ ଜଣାଇଥିଲେ ଆଇନଜୀବୀ । ଆଖପାଖରେ ଆଇନଜୀବୀମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନଥିଲେ । ଏହାପରେ ଖବର ପାଇଁ ଗଣମାଧ୍ୟମ ଏବଂ ଅଗ୍ନିଶମବାହିନୀ ତୁରନ୍ତ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଅଚଳ ହୋଇ ପଡିଥିବା ଲିଫ୍ଟରୁ ଆଇନଜୀବୀ ମାନଙ୍କୁ ଅଣନିଶ୍ୱାସୀ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ତେଵେ ଏଭଳି ଘଟଣାର କିଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ଏହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

Leave A Reply

Your email address will not be published.