ନୂଆଦିଲ୍ଲୀ: କେନ୍ଦ୍ର ସରକାର ବରିଷ୍ଠ ରାଜନେତା ତଥା ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀଙ୍କୁ ବାଂଲାଦେଶରେ ଭାରତର ନୂତନ ହାଇକମିଶନର ଭାବେ ନିଯୁକ୍ତ କରିଛନ୍ତି। ବରିଷ୍ଠ ବିଜେପି ନେତା ତ୍ରିବେଦୀଙ୍କ ଏହି ନିଯୁକ୍ତିକୁ କୂଟନୈତିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବିଶେଷକରି ପଶ୍ଚିମବଙ୍ଗ ରାଜନୀତି ଏବଂ ପଡ଼ୋଶୀ ଦେଶ ସହ ସମ୍ପର୍କ କ୍ଷେତ୍ରରେ ଏହା ବିଜେପିର ଏକ ରଣନୈତିକ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ଦିନେଶ ତ୍ରିବେଦୀ ଏବେ ବର୍ତ୍ତମାନର ହାଇକମିଶନର ପ୍ରଣୟ ବର୍ମାଙ୍କ ସ୍ଥାନ ନେବେ। ପ୍ରଣୟ ବର୍ମାଙ୍କୁ ବ୍ରୁସେଲ୍ସ (Brussels) ସ୍ଥାନାନ୍ତର କରାଯାଇଥିବା ବେଳେ ସେ ସେଠାରେ ୟୁରୋପୀୟ ସଂଘରେ ଭାରତର ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ତୁଲାଇବେ। ଭାରତର ବୈଦେଶିକ ନୀତି ଏବଂ ବିଶ୍ୱସ୍ତରୀୟ କୂଟନୈତିକ ରଣନୀତିକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ଏହି ବଡ଼ ଧରଣର ଅଦଳବଦଳ କରିଛନ୍ତି।
Comments are closed, but trackbacks and pingbacks are open.