ମେୟର ସୁବାସ ସିଂହଙ୍କ ଉପରେ ବର୍ଷିଲେ ସୋଫିଆ

45

କଟକ: ପ୍ରେସମିଟ କରି କଟକ ମହାନଗର ନିଗମର ଦୁର୍ନୀତି ନେଇ ବର୍ଷିଛନ୍ତି ବିଧାୟକ ସୋଫିଆ ଫିର୍ଦ୍ଦୋଶ । ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଦେଖାଇବା ସହ ସିଏମସିକୁ ଦୁର୍ନୀତିର ଗନ୍ତାଘର ବୋଲି କହିଛନ୍ତି । ଆଜି କଟକ-ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ ଏକ ପ୍ରେସମିଟ୍‌ର ଆୟୋଜନ କରିଥିଲେ । ଯେଉଁଥିରେ ସେ କଟକରେ ହୋଇଥିବା ଅନେକ ଦୁର୍ନୀତି ସଂପର୍କରେ ତଥ୍ୟ ରଖିଥିଲେ । ସିଏମସିରେ କିପରି ଦୁର୍ନୀତି ଚାଲିଛି । ସେନେଇ ଅନେକ କାଗଜ ପତ୍ର ଦେଖାଇଛନ୍ତି ସୋଫିଆ । ସିଏମସିର ସଫେଇ କାର୍ଯ୍ୟ ଏବଂ ନିର୍ମାଣ କାର୍ଯ୍ୟରେ ଅନେକ ଦୁର୍ନୀତି ହୋଇଥିବା ଉଲ୍ଲେଖ କରିଛନ୍ତି । ସଫେଇ ସଂସ୍ଥା ନାଁରେ ଫେକ୍‌ ବିଲ ତିଆରି ହେଉଛି । ଏପିରିକି ଯେଉଁ ରାସ୍ତାର ମୂଲ୍ୟ ୩୦ରୁ ୪୦ ହଜାର ହେବ, ତାକୁ ୨ରୁ ୩ ଲକ୍ଷର ବିଲ କରି ହରିଲୁଟ୍‌ କରୁଛନ୍ତି ।
ଆଜି ସମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ସିଏମସି ଫୁଡ୍ କୋର୍ଟ ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରି ଗୁରୁତର ଅଭିଯୋଗ ଆଣିଛନ୍ତି ସୋଫିଆ। କହିଛନ୍ତି, ସିଏମସିରେ ଦୁର୍ନୀତିରେ ବୁଡି ରହିଛନ୍ତି ମେୟର। ଆଉ କଟକ ବାରବାଟୀ ଷ୍ଟାଡିୟମ ନିକଟରେ ହୋଇଥିବା ଫୁଡକୋର୍ଟ ଆବଣ୍ଟନ ବେଳେ ନିଜ ଲୋକଙ୍କୁ ଦେଇ ଦେଇଥିବା ଅଭିଯୋଗ କରିଛନ୍ତି। ପାର୍କିଂ ବ୍ୟବସ୍ଥା ନ କରି ଫୁଡ୍ କୋର୍ଟ କିଭଳି କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟିକା। ମହିଳା ଉଦ୍ୟୋଗୀଙ୍କ ପାଇଁ କାହିଁକି ଫୁଡ୍ କୋର୍ଟରେ କୌଣସି ସଂରକ୍ଷଣ ରଖାଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ ସିଏମସି ଦ୍ୱାରା ହୋଇଥିବା ଏସଓପିକୁ ସାମ୍ୱାଦିକ ସମ୍ମିଳନୀରେ ଚିରି ଦେଇଛନ୍ତି ବିଧାୟିକା।

Comments are closed, but trackbacks and pingbacks are open.