ଭୁବନେଶ୍ବର: ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହିତ ତାଙ୍କର ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନବୀନଙ୍କ ନିର୍ଦେଶ କ୍ରମେ ଉଭୟଙ୍କୁ ନିଲମ୍ବନ କରାଯାଇଛି। ମୁକ୍ତିକାନ୍ତ ମଣ୍ଡଳ ୨୦୧୪ରେ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ମଞ୍ଜୁଲତା ମଣ୍ଡଳ ୨୦୧୯ ଲୋକସଭା ଆସନରେ ବିଜେଡିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
Comments are closed, but trackbacks and pingbacks are open.