ମାଓ ଦମନ ଟାର୍ଗେଟ୍‌ ଲକ୍ଷ୍ୟ ହାସଲରେ ସଫଳ ହୋଇଛୁ: ADG ସଞ୍ଜୀବ ପଣ୍ଡା

159

ଭୁବନେଶ୍ୱର: ଓଡିଶାକୁ ଆଉ ନାହିଁ ମାଓ ବିପଦ। ନକ୍ସଲମୁକ୍ତ ଭାରତ ଅଭିଯାନ ଡେଡଲାଇନର ଶେଷ ଦିନରେ ଆଣ୍ଟିନକ୍ସଲ ଅପରେସନରେ ଡିଜି ଦେଇଛନ୍ତି ବଡ଼ ସୂଚନା। ସେ କହିଛନ୍ତି, “ଏହି ମିଶନ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା, କିନ୍ତୁ ଆମେ ନିର୍ଦ୍ଧାରିତ ଲକ୍ଷ୍ୟକୁ ସଫଳତାର ସହ ପୂରଣ କରିପାରିଛୁ।”

ଏଡିଜିଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ମାଓ ପ୍ରଭାବ ବର୍ତ୍ତମାନ ଗୁରୁତର ଭାବରେ କମିଛି। ଏପର୍ଯ୍ୟନ୍ତ ମୋଟ ୧୫୬ ମାଓବାଦୀଙ୍କୁ ନିପାତ, ଗିରଫ ଓ ଆତ୍ମସମର୍ପଣ କରାଯାଇଛି। ଏଥିରୁ ୨୭ ଜଣ ନିପାତ, ୯ ଜଣ ଗିରଫ ଓ ୭୮ ଜଣ ଓଡ଼ିଶାରେ ଆତ୍ମସମର୍ପଣ କରିଛନ୍ତି। ସେହିପରି ଆଉ ୪୨ ଜଣ ଛତିଶଗଡ଼ରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ୨୦୨୫ ସୁଦ୍ଧା ରାଜ୍ୟର ୯ଟି ଜିଲ୍ଲା ମାଓ ପ୍ରଭାବିତ ଥିବାବେଳେ, ବର୍ତ୍ତମାନ ୮ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ ହୋଇସାରିଛି। ତଥାପି ଏହି ଅଭିଯାନରେ ୨୩୯ ଯବାନଙ୍କ ସହିଦ ଓ ୩୫୯ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏଡିଜି ପଣ୍ଡା ସ୍ପଷ୍ଟ କରିଛନ୍ତି ଯେ, ଆତ୍ମସମର୍ପଣ ପାଇଁ ଦିଆଯାଇଥିବା ସମୟସୀମା ଶେଷ ହୋଇଛି। ଏହାପରେ ଯେଉଁ ମାଓବାଦୀ ଅବଶିଷ୍ଟ ରହିଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। “ଓଡ଼ିଶାରେ ମାଓ ରିକ୍ରୁଟମେଣ୍ଟ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି,” ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ୱିକେଙ୍କ ନିପାତ ଏହି ଅଭିଯାନର ଏକ ମୁଖ୍ୟ ଟର୍ଣ୍ଣିଂ ପଏଣ୍ଟ ଥିଲା। ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମାଓ ବିରୋଧୀ ଅଭିଯାନ ଜାରି ରହିବ, ଯାହା ଦ୍ୱାରା ରାଜ୍ୟକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ କରିବାକୁ ପ୍ରୟାସ ହେବ।

Comments are closed, but trackbacks and pingbacks are open.