ଭୁବନେଶ୍ୱର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମିଳିଛି ହତ୍ୟା ଧମକ। ଖଣି ମାଫିଆଙ୍କ ବିରୋଧରେ ସଭା କରିଥିବାରୁ ଧମକପୂର୍ଣ୍ଣ ମେସେଜ୍ ଆସୁଛି। ଭୁବନେଶ୍ବର ଆସିଲେ ଜୀବନରୁ ମାରିଦେବାକୁ ଦୁର୍ବୃତ୍ତ ଧମକ ଦେଇଥିବା ଅଭିଯୋଗ । ମାର୍ଚ୍ଚ ୯ ତାରିଖରୁ ଏହି ହତ୍ୟା ଧମକ ମିଳିଥିବା ଅଭିଯୋଗ କରିଛନ୍ତି ଜୟଦେବ ଜେନା । ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ହତ୍ୟା ଧମକକୁ ନେଇ ମୁଖ୍ୟମନ୍ତ୍ରୀ,ପୋଲିସ ଡିଜି ଏବଂ କେନ୍ଦୁଝର sp ଙ୍କୁ ମଧ୍ୟ ଅବଗତ କରାଇ ଥିବା ଜଣାଇଛନ୍ତି । ତେବେ ସମସ୍ତଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା । ତେବେ ଏହା ପୂର୍ବରୁ ମଧ୍ୟ ୨୦୨୫ରେ ଏଭଳି ଢଙ୍ଗରେ ଜୟଦେବ ଜେନା ଙ୍କୁ ହତ୍ୟା ଭବନ ଆସିଥିଲା । ଏବେ ପୁଣି ହତ୍ୟା ଧମକ ମିଳିଥିବାବେଳେ ଘଟଣାର ତଦନ୍ତ କରାଯାଉ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା।
ketoconazole mechanism study
ketoconazole mechanism study
terbinafine side effects medical summary
terbinafine side effects medical summary
ivermectin rosacea benefits
ivermectin rosacea benefits
ivermectin mechanism overview
ivermectin mechanism overview