ଦେଶରେ ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ; କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

274

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୈନିକ ସ୍କୁଲ ଘୋଡାଖାଲର ଡାଇମଣ୍ଡ ଜୁବୁଲୀ ସମାରୋହକୁ ସମ୍ବୋଧିତ କରି ସମଗ୍ର ଦେଶରେ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବା ଏବଂ ଏନସିସି କ୍ୟାଡଟ ସଂଖ୍ୟା ବଢାଇବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆମେ ଏନସିସିରେ ପଦ ସଂଖ୍ୟା ବୃଦ୍ଧି କରିଛୁ । ପ୍ରଥମେ ଭର୍ତ୍ତି ଲକ୍ଷ୍ୟ ୧୭ ଲକ୍ଷ ଥିଲା ଏବେ ଏହାକୁ ବଢାଇ ୨୦ ଲକ୍ଷ କରିବାକୁ ନିର୍ଣ୍ଣୟ ନିଆଯାଇଛି । ଏଥିରେ ଅଧିକରୁ ଅଧିକ ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ସଂସ୍କାର ଶିଖାଇବା ଉପରେ ଗୁରୁତ୍ୱ ଦିଆଯିବ । ଏହା ସହିତ ଦେଶରେ ନୂଆ ୧୦୦ ସୈନିକ ସ୍କୁଲ ସ୍ଥାପନ କରାଯିବ । ଏହି ସଂସ୍ଥା କେବଳ ପ୍ରତିରକ୍ଷା ପାଇଁ ଯୁବ ପିଢିକୁ ପ୍ରସ୍ତୁତ କରେ ନାହିଁ ବରଂ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱକାରୀ ଭୂମିକା ନିର୍ବାହ ପାଇଁ ପିଲାଙ୍କୁ ସକ୍ଷମ କରିଥାଏ । ସୈନିକ ସ୍କୁଲରେ ଝିଅଙ୍କ ପ୍ରବେଶ ଅନୁମତି ଦେବା ସରକାରଙ୍କ ନିଷ୍ପତ୍ତିକୁ ସେ ଐତିହାସିକ ଓ କ୍ରାନ୍ତିକାରୀ ଦର୍ଶାଇଛନ୍ତି । ଏହା ମହିଳା ସଶକ୍ତିକରଣ ଦିଗରେ ଏକ ବଡ ପଦକ୍ଷେପ ବୋଲି ରାଜନାଥ କହିଛନ୍ତି ।

7 Comments
  1. OnsetWithAlcohol

    OnsetWithAlcohol

    OnsetWithAlcohol

  2. Variability Mechanisms

    Variability Mechanisms

  3. Timing Interpretation Resource

    Timing Interpretation Resource

  4. erectile dysfunction medication resource

    erectile dysfunction medication resource

  5. mechanism of the PDE5 inhibitor sildenafil

    mechanism of the PDE5 inhibitor sildenafil

  6. sildenafil drug overview

    sildenafil drug overview

  7. tadalafil equivalence standards

    tadalafil equivalence standards

Comments are closed, but trackbacks and pingbacks are open.