ଶୂନ୍ୟକାଳରେ ବିଜେଡ଼ିକୁ ଧୋଇଲେ ବିଜେପି ବିଧାୟକ ବାବୁ ସିଂ

31

ଭୁବନେଶ୍ୱର: ଆଜି ବିଧାନସଭାରେ SCB ଟ୍ରାଜେଡିକୁ ନେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ ବିଜେଡି। ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ବିଧାନସଭା ପରିସର। SCB ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି କରିଛନ୍ତି। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ପ୍ରଶ୍ନକାଳ ଚାଲିପାରି ନାହିଁ। ଏହାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ବାବୁ ସିଂ ଶୂନ୍ୟକାଳରେ ରାଜ୍ୟର ବିଜେଡ଼ି ଓ କଂଗ୍ରେସ ଦଳକୁ କଠୋର ସମାଲୋଚନା କରିଛନ୍ତି।
ବାବୁ ସିଂ କହିଛନ୍ତି ରାଜ୍ୟରେ ବିକ୍ରମ-ବେତାଳ ପରିସ୍ଥିତି ଏବେ ଏକାଠି ହୋଇଛି। ପରୋକ୍ଷରେ ସେ କଂଗ୍ରେସ ଓ ବିଜେଡ଼ିକୁ ଏଭଳି ସମାଲୋଚନା କରିବାକୁ ଚାହାନ୍ତି। ତେବେ ରାଜ୍ୟସଭାରେ ବିଜେପି ସପକ୍ଷରେ ଭୋଟ ଦେବା ସମୟରେ ବିଜେଡିର କିଛି ସାଂସଦ ବେଇମାନ ଥିବାର ଅଭିଯୋଗ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ବାବୁ ସିଂ ପାଲଟା ପ୍ରଶ୍ନ କରିଛନ୍ତି, “କାହିଁକି କିଛି ବିଜେଡି ବିଧାୟକ ବେଇମାନ?” ବରଂ ଭୋଟ ଦେଲା ବେଳେ କେହି ବେଇମାନ ନୁହେଁ ବରଂ ନୈତିକତା ଦୃଷ୍ଟିରୁ ମତ ଦେଇଛନ୍ତି। SCB ଅଗ୍ନିକାଣ୍ଡକୁ ନେଇ ବିରୋଧୀ ଗୃହ ଚଲେଇଦେଉନଥିବା ବେଳେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଏସସିବିରେ ଘଟିଥିବା ଦୁର୍ଘଟଣା ଆକସ୍ମିକ ଥିଲା। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ।

Comments are closed, but trackbacks and pingbacks are open.