ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହେଲେସୁଦର୍ଶନ ପଟ୍ଟନାୟକ

54

ଭୁବନେଶ୍ୱର: ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହୋଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ନିଜର ବାଲୁକା କଳା ମାଧ୍ୟମରେ ଜନସାଧାରଣଙ୍କୁ ଜନଗଣନାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇବେ । ଜାତୀୟ ଜନଗଣନା ୨୦୨୭ରୁ ଆରମ୍ଭ ହେବ । ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ଜନଗଣନା ଅନୁଷ୍ଠିତ ହେବ । ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟରେ ଆସନ୍ତା ଏପ୍ରିଲରୁ ୧୬ରୁ ମେ’ ୧୫ ଯାଏଁ ପ୍ରଥମ ପର୍ଯ୍ୟାୟ ଜନଗଣନା ଚାଲିବ । ୩୦ ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଗଣତି କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ଜନଗଣନା ହେବ । ୨୦୨୭ ଫେବ୍ରୁଆରି ୧ରୁ ସମଗ୍ର ଦେଶରେ ଜନଗଣନା ହେବ । ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ । ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ । ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ପ୍ରୋତ୍ସାହନ ଦିଆଯିବ । ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ । ୱେବସାଇଟ ଜରିଆରେ ପଞ୍ଜିକୃତ କରିପାରିବେ । ମୋବାଇଲ ନମ୍ବରରେ ଓଟିପି ବେସଡ ହେବ । ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ପାରିବେ ନାହିଁ । କିମ୍ବା ଆପରୁ ସ୍କ୍ରିନ ସଟ ମଧ୍ୟ ନେଇପାରିବେ ନାହିଁ । ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଅନଲାଇନରେ ହେବ ।

Comments are closed, but trackbacks and pingbacks are open.