ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି।

41

ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଖାତାକୁ ଏହି ଟଙ୍କା ପଠାଇଛନ୍ତି।ଡିବିଟି ମାଧ୍ୟମରେ ରାଜ୍ୟର କୋଟିଏ ୨ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୫ ହଜାର କୋଟିରୁ ଅଧିକ ଟଙ୍କା। ଚଳିତ ଥର ରାଜ୍ୟର ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ। ଅଭିଯୋଗ ପୋର୍ଟାଲ୍‌ରେ ଆସିଥିବା ଅଭିଯୋଗରୁ ମଧ୍ୟ ୩୬ ହଜାର ୩୮୫ ଜଣ ହିତାଧିକାରୀ ଏଥର ସୁଭଦ୍ରା ଟଙ୍କା ପାଇବେ।

Comments are closed, but trackbacks and pingbacks are open.