ବନ୍ଦେ ଭାରତ ସ୍ଲିପର କୋଚର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

90

ନୂଆଦିଲ୍ଲୀ: ଟ୍ରାକରେ ଦୌଡିଲା ବନ୍ଦେ ଭାରତ ସ୍ଲିପର କୋଚ । ହାୱାଡା ଗୌହାଟୀ ଭିତରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ ରେଲୱେର ସ୍ୱେଦେଶୀ ଜ୍ଞାନକୌଶଳର ନିର୍ମିତ ଏହି ଟ୍ରେନ ଘଣ୍ଟା ପ୍ରତି ୧୮୦ କିମି ସ୍ପିଡରେ ଦୌଡିବ । ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ । ଏଥିରେ ଆରାମଦାୟକ ବଡଥ, ଅଟୋମେଟିକ ଡୋର , କବର୍ଡ ସୁରକ୍ଷା ସିଷ୍ଟମ, ସିସିଟିଭି ଏବଂ ଶ୍ୱଚ୍ଛତା ଭଳି ସୁବିଧା ପାଇବେ ଯାତ୍ରୀମାନେ । ବନ୍ଦେ ଭାରତ ସ୍ଲିପର କୋଚରେ ରହିବନି ୱେଟିଂ ଲିଷ୍ଟ ବା କ୍ୟୁଆରସି କିମ୍ବା ଯାତ୍ରୀଙ୍କୁ କେବଳ କମଫର୍ମ ଟିକଟ ମିଳିବ ।ଏହି ସେବାଗୁଡ଼ିକ ନ୍ୟୁ ଜଲପାଇଗୁଡ଼ିକୁ ନାଗରକୋଇଲ୍ ଏବଂ ତିରୁଚିରାପାଲି ସହିତ ଏବଂ ଆଲିପୁରଦୁଆରକୁ SMVT ବେଙ୍ଗାଲୁରୁ ଏବଂ ମୁମ୍ବାଇ (ପାନଭେଲ) ସହିତ ସଂଯୋଗ କରିବ ।

Comments are closed, but trackbacks and pingbacks are open.