ଆଜି ମଧ୍ୟ ଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିବ ନୀତିକାନ୍ତି: ବିବାଦ ଯୋଗୁଁ ନୀତି ବନ୍ଦ କରିବ ବଡୁ ନିଯୋଗ

127

ଭୁବନେଶ୍ୱର: ଆଜି ମଧ୍ୟ ଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିପାରେ ନୀତିକାନ୍ତି। ବ୍ରାହ୍ମଣ ନିଯୋଗ ସହ ବିବାଦ ଯୋଗୁଁ ନୀତି ବନ୍ଦ କରିବ ବଡୁ ନିଯୋଗ। ଗତ କାଲି ସନ୍ଧ୍ୟାରୁ କ୍ଷୀର ଆଉଟା ନୀତି ଠାରୁ ଆଉ ନୀତି ଆଗକୁ ବଢ଼ି ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବଡୁ ନିଯୋଗ ନେଇଛି ନିଷ୍ପତ୍ତି। ଗତ ବର୍ଷ ମକର ସଂକ୍ରାନ୍ତିରେ ବଡୁ ଓ ବ୍ରାହ୍ମଣ ନିଯୋଗ ବିବାଦ ଯୋଗୁଁ ମଧ୍ୟ ନୀତି ବନ୍ଦ ହୋଇଥିଲା।ନିୟମ ଅନୁସାରେ ବଡୁ ନିଯୋଗ କ୍ଷୀର ଆଉଟା ନୀତି ସମ୍ପନ୍ନ କରିବା କଥା। କିନ୍ତୁ ବ୍ରାହ୍ମଣ ନିଯୋଗ କରୁଛି। ନୀତି ବନ୍ଦ ନେଇ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର ପ୍ରଶାସକ ଆଦି ସମସ୍ତଙ୍କୁ ଚିଠି ଦିଆଯାଇଛି। ସୂଚନା ଅନୁଯାଇ ଆଜି ମନ୍ଦିର ଖୋଲା ରହିବ। ଶ୍ରଦ୍ଧାଳୁ ଦର୍ଶନ କରିବେ ହେଲେ ମହାପ୍ରଭୁଙ୍କ ପାଖରେ ନୀତି ହେବ ନାହିଁ ବୋଲି କହିଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।

Comments are closed, but trackbacks and pingbacks are open.