ଡେଲିଭରି ବୟଙ୍କ ଗତି ଉପରେ ଲଗାମ ଲଗାଇଲେ ସରକାର

127

ଆଦିଲ୍ଲୀ: କେନ୍ଦ୍ର ସରକାର ବ୍ଲିଙ୍କିଟ୍, ଜେପ୍ଟୋ,ସ୍ୱିଗି,ଇନଷ୍ଟାମାର୍ଟ ଭଳି ଫାଷ୍ଟ-ଟ୍ରାକ୍ କମ୍ପାନୀଗୁଡ଼ିକୁ “୧୦-ମିନିଟ୍ ଡେଲିଭରି” ପ୍ରତିଶ୍ରୁତି ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଶୀଘ୍ର ସାମଗ୍ରୀ ଡେଲିଭରି କରିବାର ଚାପ ଯୋଗୁଁ ଡେଲିଭରି କର୍ମଚାରୀ ମାନେ ଦୃତ ଗତିରେ ଗାଡି ଚଳାଉଛନ୍ତି ଓ ଟ୍ରାଫିକ ନିୟମକୁ ଅଣଦେଖା କରି ଦୁର୍ଘଟଣା ଘଟାଉଛନ୍ତି। ଯାହାକି ସେମାନଙ୍କ ଜୀବନକୁ ବିପଦରେ ପକାଉଥିବା ସରକାର କହିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ବ୍ଲିଙ୍କିଟ୍ ତୁରନ୍ତ ଏହାର ଆପ୍ ଏବଂ ବିଜ୍ଞାପନରୁ ୧୦ ମିନିଟ୍ ଡେଲିଭରି ପ୍ରତିଶୁତି ଦାବିକୁ ହଟାଇ ଦେଇଥିବା ସୂଚନା ମିଳିଛି। ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ଗ୍ରାହକ ମାନଙ୍କ ସୁବିଧା ପରି ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସରକାର ସ୍ପଷ୍ଟ ଭାବରେ କହିଛନ୍ତି।ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ଡେଲିଭରି କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି ଓ ସେମାନେ ବର୍ତ୍ତମାନ ବିନା ଚାପରେ ସୁରକ୍ଷିତ ଭାବରେ ନିଜ କାମ କରିପାରିବେ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ଦ୍ବାରା ଗ୍ରାହକମାନଙ୍କୁ ୨-୫ ମିନିଟ୍ ଅଧିକ ଅପେକ୍ଷା କରିବାକୁ ପଡ଼ିପାରେ କିନ୍ତୁ ଏହା ଦ୍ଵାରା ଡେଲିଭରି କର୍ମଚାରୀ ଙ୍କ ଜୀବନ ସୁରକ୍ଷିତ ହୋଇପାରିବ।

Comments are closed, but trackbacks and pingbacks are open.