ଅଳିଆ ଉଠାଇବା ପାଇଁ ବିଏମସି ନବ ୟୁଜର ଫି

88

ଭୁବନେଶ୍ଵର: ରାଜଧାନୀ ରୁ ଅଳିଆ ଉଠାଇବା ପାଇଁ ଭୁବନେଶ୍ଵର ମହାନଗର ନିଗମ କର୍ତ୍ତୃପକ୍ଷ(ବିଏମସି) ୟୁଜର ଫି ବ୍ୟବସ୍ଥା କରିଛି । ଏନେଇ ମାସିକ ୟୁଜର ଫି ତାଲିକା ବି ଜାରି କରାଯାଇଛି। ଏହା ଜରିଆରେ ବିଏମସି ବର୍ଷକୁ ୧୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛି। ଏ ନେଇ ବିଏମସି ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।ପ୍ରକାଶିତ ଫି ତାଲିକା ଅନୁଯାୟୀ, EWS LIG ଘର ୮୦୦ ବର୍ଗଫୁଟ ପାଇଁ ଅଳିଆ ଉଠା ବାବଦରେ ମାସକୁ ୫୦ ଟଙ୍କା ଦେବାକୁ ପଡ଼ିବ। MIG ଘର ୮୦୦ ରୁ ୧୨୦୦ ବର୍ଗ ଫୁଟ ପାଇ ମାସିକ ୭୫ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ବଡ଼ଘର, ହୋଟେଲ, ସପିଂ ମଲ,କ୍ୟାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା, କ୍ଲାଉଡ଼ କିଚିନ, ଗୋଦାମ, ରୋଡ଼ ସାଇଟ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ଆଦାୟ ହେବ ୟୁଜର ଫି।

Comments are closed, but trackbacks and pingbacks are open.