କୋରାପୁଟ – ମୋହନା ହାଇୱେ ପ୍ରକଳ୍ପକୁ ମଞ୍ଜୁରି

288

ଭୁବନେଶ୍ୱର: ୨ଟି ହାଇୱା ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ। କୋରାପୁଟ – ମୋହନା ହାଇୱାକୁ କ୍ୟାବିନେଟ୍ ମଞ୍ଜୁରି। ୨ ଲେନ୍ ବିଶିଷ୍ଟ ହାଇୱେ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୫୬୨ କୋଟି ଟଙ୍କା। ଏହି ପ୍ରକଳ୍ପ ୩ଟି ଜିଲ୍ଲାକୁ ସଂଯୋଗ କରିବ। ଗଜପତି, ରାୟଗଡା ଏବଂ କୋରାପୁଟବାସୀ ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ୱାରା ଉନ୍ନତ ସଡ଼କ ସଂଯୋଗୀକରଣ ସ୍ଥାନୀୟ ସମ୍ପ୍ରଦାୟ, ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକୁ ସିଧାସଳଖ ଲାଭ ଦେବ। ବଜାର, ସ୍ୱାସ୍ଥ୍ୟସେବା ଏବଂ ନିଯୁକ୍ତି ସୁଯୋଗରେ ଉନ୍ନତି ଆଣିବ, ଯାହାଦ୍ୱାରା ଏହି ଅଞ୍ଚଳର ଅନ୍ତର୍ଭୁକ୍ତ ବିକାଶରେ ଯୋଗଦାନ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଦୁଇଟି ପ୍ରମୁଖ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ଦେଇଛି। କ୍ୟାବିନେଟ୍ କମିଟି ମହାରାଷ୍ଟ୍ରରେ ୩୭୪ କିଲୋମିଟର ଦୀର୍ଘ ନାସିକ-ସୋଲାପୁର-ଆକାଲକୋଟ କରିଡରକୁ ବିଓଟି (ଟୋଲ୍) ମୋଡ୍‌ରେ ₹୧୯,୧୪୨ କୋଟି ଟଙ୍କାରେ ନିର୍ମାଣ କରିବାକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ ମହାରାଷ୍ଟ୍ରର ମୁଖ୍ୟ ସହର, ଯଥା ନାସିକ, ଅହଲ୍ୟାନଗର ଏବଂ ସୋଲାପୁରକୁ କୁର୍ଣ୍ଣୁଲ ସହିତ ସଂଯୋଗ କରିବ। ଏହି ଦୁଇଟି ପ୍ରକଳ୍ପର ମୋଟ ଆକଳନ ମୂଲ୍ୟ ପ୍ରାୟ ୨୦,୬୬୮ କୋଟି ଟଙ୍କା।

Comments are closed, but trackbacks and pingbacks are open.