ଭୁବନେଶ୍ଵର: ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼ ଓ ଅମ୍ବାପାଲ୍ଲୀ। ରଙ୍ଗମହଲରେ ମହାରାଜ କଂସଙ୍କ ରଙ୍ଗସଭା ଚାଲିଛି। ଏହା ପୂର୍ବରୁ ନଗର ପରିକ୍ରମା କରିଛନ୍ତି କଂସ ମହାରାଜା। କୃଷ୍ଣଙ୍କୁ ମାରିବାକୁ ଶଙ୍ଖଚୂଡ଼କୁ ପ୍ରେରଣ କରିବେ ମହାରାଜା କଂସ। ମଥୁରାରେ ଆସନ୍ନ ଯୁଦ୍ଧ ପ୍ରସ୍ତୁତି ନେଇ ପାତ୍ରମନ୍ତ୍ରୀଙ୍କ ସହ ମନ୍ତ୍ରଣା କରିବେ। ଏହାସହ ପ୍ରଶାସନିକ ଅଧିକାରୀଙ୍କ ସହ ଜନତା ଦରବାର ହେବ। ସେହିପରି ଗୋପପୁର ସାଜିଥିବା ଅମ୍ବାପାଲ୍ଲୀରେ ଗୋପୀଙ୍କ ଦହି ବିକା ଦେଖିବାକୁ ମିଳିବ। ଯମୁନା ପାଲଟିଥିବା ଜିରା ନଦୀରେ ଶ୍ରୀକୃଷ୍ଣ, ଗୋପୀଙ୍କ ବସ୍ତ୍ର ହରଣ କରିବେ।
Comments are closed, but trackbacks and pingbacks are open.