ଶିଶୁ ଙ୍କ ପାଇଁ ବିନା ଛୁଞ୍ଚିରେ କରୋନା ଟିକା

29

ଆଜିଠାରୁ ୨ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି I ଆମ ରାଜ୍ୟ ଓଡିଶା ମଧ୍ୟ ଶିଶୁଙ୍କ ଟୀକାକରଣ ପାଇଁ ପ୍ରସ୍ତୁତ ଅଛି I ଏ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ନିର୍ଦ୍ଦେଶ ଆସିବା ମାତ୍ରେ ଆମେ ଶିଶୁଙ୍କୁ ଟୀକାକରଣ ଆରମ୍ଭ କରିବୁ I ବର୍ତ୍ତମାନ ରାଜ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଯଦି ଏକା ସାଙ୍ଗେ ଆମେ ଶିଶୁମାନଙ୍କୁ ଟିକା ଦେବା ପାଇଁ ଆରମ୍ଭ କରିବୁ, ତେବେ ଆମକୁ ଟିକାକାରଣ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ପଡ଼ିବ । ପିଲାମାନେ ଇଞ୍ଜେକ୍ସନକୁ ଡରୁ ଥିବାରୁ ସେମାନଙ୍କୁ ଫର୍ମାଡେପ୍ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ । ୨ଟି ଯାକ ଟିକା ଶିଶୁମାନେ ନେବାକୁ ପରାମର୍ଶ ରହିଛି Iଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ। ତାହା ଅନୁସାରେ ଆମେ ଟିକାକରଣ କରାଇବୁ ।
ବର୍ତ୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି । ଏଥିମଧ୍ୟରୁ ଏଯାବତ୍ ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ (୭୮%)ଓ ୧ କୋଟି ୩ଲକ୍ଷ ଦ୍ୱିତୀୟ ଡୋଜ (୩୩%) ଦିଆସାରିଛି । ଆଜି ୧୮୩୦ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି । ବର୍ତ୍ତମାନ ରାଜ୍ୟରେ୨୪ ଲକ୍ଷ ଟିକା ମହଜୁଦ ଅଛି ।

Leave A Reply

Your email address will not be published.