ଟାଟା ପାୱାରର ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ବିକ୍ଷୋଭ

242

ଭୁବନେଶ୍ୱର : ଭୁବନେଶ୍ଵର TPCODL ଅଫିସ୍ ଆଗରେ ବିଜେଡିର ବିଶାଳ ବିକ୍ଷୋଭ। ବିଜୁ ଯୁବ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ TPCODL କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ବିକ୍ଷୋଭ କରୁଛନ୍ତି।ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦମୂଳକ ବିକ୍ଷୋଭ କରାଯାଇ ସରକାରଙ୍କୁ ଚେତାବନୀ ଦିଆଯାଇଛି । ତୁରନ୍ତ ଟାଟା କମ୍ପାନୀ ସ୍ମାର୍ଟ ମିଟର ପ୍ରତ୍ୟାହାର କରିବା ସହ ଲୋକଙ୍କ ହିତ ସାଧନ ପାଇଁ ଚିନ୍ତା କରିବା ଦରକାର ବୋଲି କୁହାଯାଇଛି । ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ଦେବୀ ମିଶ୍ର, ପ୍ରୀତି ରଞ୍ଜନ ଘଡାଇ, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।ସରକାରଙ୍କ ଇଙ୍ଗିତରେ ଟାଟା ଲୋକଙ୍କଠାରୁ ଟଙ୍କା ଲୁଟୁଛି ବୋଲି ନେତାମାନେ ଅଭିଯୋଗ କରିଥିଲେ । ବିଜେପି ସରକାରକୁ ଆସିବା ଆଗରୁ ୩ଶହ ୟୁନିଟ ବିଦ୍ୟୁତ ଛାଡ କରିବ ବୋଲି କହିଥିଲା । ହେଲେ ତାହା ନକରି ଓଲଟା ଲୋକଙ୍କୁ ଶୋଷଣ କରୁଛି ବୋଲି କୁହାଯାଇଛି । ବିଜେଡି କହିଛି ଯେ, ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଜିଜିଆ କର ସହ ସମାନ। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଟାଟା ପାୱାରର ସବୁ ଅଫିସ୍ ବିଜେଡି ଘେରାଉ କରିବ। ଆଗକୁ ପ୍ରତି ଗାଁରେ ଏହାକୁ ନେଇ ଆନ୍ଦୋଳନ କରିବ ଦଳ।

Comments are closed, but trackbacks and pingbacks are open.